ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ, 25 ଡିସେମ୍ବର (ହି.ସ.)- ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ,ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ମୋ ପରି କୋ
ଧର୍ମେନ୍ଦ୍ରଙ୍କ ଶ୍ରଦ୍ଧାଂଜଳି


ନୂଆଦିଲ୍ଲୀ, 25 ଡିସେମ୍ବର (ହି.ସ.)- ଅଟଳ ବିହାରୀ ବାଜପେୟୀଙ୍କ

ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ,ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ମୋ ପରି

କୋଟି କୋଟି କାର୍ଯ୍ୟକର୍ତ୍ତାଙ୍କ ପାଇଁ ପ୍ରକାଶ ସ୍ତମ୍ଭ, ଶ୍ରଦ୍ଧେୟ ଅଟଳ ବିହାରୀ ବାଜପେୟୀ ଜୀଙ୍କ ଜନ୍ମଜୟନ୍ତୀ ଅବସରରେ

ତାଙ୍କୁ ସାଦର ନମନ କରୁଛି।

‘ଭାରତ ରତ୍ନ’ ଅଟଳ ଜୀ ଭାରତୀୟ

ରାଜନୀତିର ସେହି ଦୁର୍ଲଭ ବ୍ୟକ୍ତିତ୍ୱମାନଙ୍କ ମଧ୍ୟରୁ ଜଣେ ଥିଲେ, ଯିଏ ଶକ୍ତିକୁ ସଂଯମ, ସମ୍ବେଦନା ଏବଂ ସିଦ୍ଧାନ୍ତ ସହିତ ଯୋଡ଼ିଥିଲେ। ରାଷ୍ଟ୍ରହିତକୁ

ସର୍ବୋପରି ରଖି ସେ ସଂବାଦ, ସହମତି ଏବଂ

ସମରସତାର ରାଜନୀତିକୁ ନୂତନ ଗରିମା ପ୍ରଦାନ କରିଥିଲେ। ତାଙ୍କର ନେତୃତ୍ୱ ଦୃଢ଼ ନିଷ୍ପତ୍ତିକ୍ଷ ମତା, ବ୍ୟାପକ ଦୃଷ୍ଟିକୋଣ ଏବଂ ଉଚ୍ଚ ନୈତିକ ମୂଲ୍ୟବୋଧର ପ୍ରତୀକ ଥିଲା।

ବିକାଶ, ସୁଶାସନ ଏବଂ ସାମାଜିକ ସମତୁଳନ ପ୍ରତି ତାଙ୍କର ଦୂରଦୃଷ୍ଟି ଭାରତର

ଲୋକତାନ୍ତ୍ରିକ ପରମ୍ପରାକୁ ଆହୁରି ସୁଦୃଢ଼ କରିଥିଲା।

‘ସୁଶାସନ ଦିବସ’ ଅବସରରେ ଆସନ୍ତୁ, ଆମେ ସମସ୍ତେ ଅଟଳ ଜୀଙ୍କ ଆଦର୍ଶକୁ ଆତ୍ମସାତ କରି କର୍ତ୍ତବ୍ୟନିଷ୍ଠା, ରାଷ୍ଟ୍ରସେବା ଏବଂ ଜନକଲ୍ୟାଣର ପଥରେ ଚାଲି ଏକ ସଶକ୍ତ ଏବଂ ବିକଶିତ

ଭାରତ ଗଢ଼ିବାର ସଙ୍କଳ୍ପ ନେବା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande