
ଭୁବନେଶ୍ୱର, 25 ଡିସେମ୍ବର (ହି.ସ.)- ଅଟଳ ବିହାରୀ
ବାଜପେୟୀଜୀଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି
ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ପ୍ରଚଣ୍ଡ
ରାଷ୍ଟ୍ରବାଦୀ, ଆମ ସମସ୍ତଙ୍କ ପ୍ରେରଣାର ଉତ୍ସ, ବିଜେପି ପ୍ରତିଷ୍ଠାତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ
ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ କୋଟି କୋଟି ପ୍ରଣାମ ଜଣାଉଛି । ଛାତ୍ର ରାଜନୀତିରୁ ଦେଶର ନେତୃତ୍ୱ ନେବାଯାଏଁ, ସାମ୍ବାଦିକତାରୁ ସାହିତ୍ୟ ଏବଂ ରାଜନୀତି, ପ୍ରତି କ୍ଷେତ୍ରରେ ତାଙ୍କ ଦକ୍ଷତା ପ୍ରତିଫଳିତ । ଏକ ସାଧାରଣ
ପରିବାରରେ ଜନ୍ମ ନେଇ ଭାରତୀୟ ରାଜନୀତି ଦୁନିଆରେ ସର୍ବମାନ୍ୟ ନେତା ସାଜିବା ଏକ ବଡ଼ ଉପଲବ୍ଧି
। ଅନ୍ତର୍ଜାତୀୟ ଚାପ ଏବଂ ଅନେକ ପ୍ରତିକୂଳ
ପରିସ୍ଥିତିରେ ମଧ୍ୟ ରାଷ୍ଟ୍ରର ସୁରକ୍ଷା ପାଇଁ ସେ ଦେଖାଇଥିବା ସାହସ ପାଇଁ ଚିର ବନ୍ଦନୀୟ
ବାଜପେୟୀ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା