
ଡେରାଡୁନ, 27 ଡିସେମ୍ବର (ହି.ସ.) ଧାମୀ ସରକାରଙ୍କ ବେଆଇନ ଅତିକ୍ରମଣ ବିରୋଧୀ ଅଭିଯାନ
ଲଗାତାର ଚାଲିଛି। ଏହାର ପଦକ୍ଷେପ ଭାବେ ପ୍ରଶାସନ ଡେରାଡୁନ ଓ ଉଧମସିଂହ ନଗର ଜିଲ୍ଲାର ଗଦରପୁରରେ
ନିର୍ମିତ ଗୋଟିଏ ଗୋଟିଏ ବେଆଇନ ମଜାରର ଢାଂଚାକୁ ଧ୍ୱଂସ କରିଦେଇଛି। ପ୍ରଶାସନର କହିବା ଅନୁସାରେ, ସାର୍ବଜନୀନ ଜମିରୁ
ଅତିକ୍ରମଣ ହଟାଇବା ଅଭିଯାନ ଅଧୀନରେ ଏହି ପଦକ୍ଷେପ ନିଆଯାଇଛି। କାର୍ଯ୍ୟାନୁଷ୍ଠାନ ପୂର୍ବରୁ
ସମ୍ବନ୍ଧିତ ସ୍ଥଳରେ ପ୍ରଶାସନ ପକ୍ଷରୁ ନୋଟିସ ପ୍ରକ୍ରିୟା ପୂରଣ କରାଯାଇଥିଲା।
ଧାମୀ ସରକାରଙ୍କ କାର୍ଯ୍ୟକାଳରେ ଏପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ୫୭୦ଟି
ବେଆଇନ ମଜାର ହଟାଯାଇଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ କହିଛନ୍ତି ଯେ ଉତ୍ତରାଖଣ୍ଡରେ
ସରକାରୀ ଜମି ଦଖଲ କରିବାର ଖେଳ ଚାଲିବ ନାହିଁ। ସରକାରୀ ଜମି ଦଖଲ କରିବାର ଖେଳକୁ ସମ୍ପୂର୍ଣ୍ଣ
ଭାବେ ଶେଷ କରାଯିବ।
ଉଧମ ସିଂହ ନଗରର ଏଡିଏମ ପଙ୍କଜ ଉପାଧ୍ୟାୟ କହିଛନ୍ତି ଯେ ଜିଲ୍ଲାପାଳ
ନିତିନ ଭଦୌରିଆଙ୍କ ନିର୍ଦ୍ଦେଶ ଅନୁଯାୟୀ ଏସଡିଏମ ଋଚା ସିଂହଙ୍କ ପକ୍ଷରୁ ସରକାରୀ ବାଗିଚାରେ
ନିର୍ମିତ ବେଆଇନ ସଂରଚନାକୁ ହଟାଇବା ପାଇଁ ନୋଟିସ ଦିଆଯାଇଥିଲା। ସରକାରୀ ଉଦ୍ୟାନ ବାଗର
ଅଧିକାରୀମାନେ ମଧ୍ୟ ଏହି ଢାଂଚା ହଟାଯିବା ସମ୍ବନ୍ଧୀୟ ପତ୍ର ଜିଲ୍ଲା ପ୍ରଶାସନକୁ ପଠାଇଥିଲେ।
ଦୁଇ ସପ୍ତାହର ମହଲତ ପରେ ମଧ୍ୟ କେହି ନୋଟିସର ଉତ୍ତର ଦେଇନଥିଲେ। ତାହାପରେ ଶନିବାର ସକାଳେ ଏହି ବେଆଇନ
ଢାଂଚାକୁ ହଟାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା