ଶ୍ରୀ ଗୁରୁ ଗୋବିନ୍ଦ ସିଂହଙ୍କ ପ୍ରକାଶ ଉତ୍ସବରେ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ପିଏମ ମୋଦି
ନୂଆଦିଲ୍ଲୀ, 27 ଡିସେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଶ୍ରୀ ଗୁରୁ ଗୋବିନ୍ଦ ସିଂହ ଜୀଙ୍କ ପବିତ୍ର ପ୍ରକାଶ ଉତ୍ସବ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗୁରୁ ଗୋବିନ୍ଦ ସିଂହ ଜୀ ସାହସ, କରୁଣା ଏବଂ ବଳିଦାନର
Modi-conversation-PM-New-Zealand-FTA


ନୂଆଦିଲ୍ଲୀ, 27 ଡିସେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଶ୍ରୀ ଗୁରୁ

ଗୋବିନ୍ଦ ସିଂହ ଜୀଙ୍କ ପବିତ୍ର ପ୍ରକାଶ ଉତ୍ସବ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗୁରୁ ଗୋବିନ୍ଦ ସିଂହ ଜୀ ସାହସ, କରୁଣା ଏବଂ ବଳିଦାନର

ପ୍ରତୀକ। ତାଙ୍କର ଜୀବନ ଓ ଶିକ୍ଷା ଆମକୁ ସତ୍ୟ, ନ୍ୟାୟ, ଧର୍ମ ଓ ମାନବ ମର୍ଯ୍ୟାଦାର ସୁରକ୍ଷା ପାଇଁ ପ୍ରେରଣା

ଦେଇଥାଏ। ଗୁରୁଜୀଙ୍କ ଦୃଷ୍ଟିକୋଣ ପିଢ଼ି ପିଢ଼ିକୁ ସେବା ଓ ନିଷ୍କାମ କର୍ତ୍ତବ୍ୟର ପଥରେ

ନେଇଯାଇଛି।

ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ମଞ୍ଚ ‘ଏକ୍ସ’ ରେ କହିଛନ୍ତି ଯେ ଶ୍ରୀ

ଗୁରୁ ଗୋବିନ୍ଦ ସିଂହ ଜୀଙ୍କ ପବିତ୍ର ପ୍ରକାଶ ଉତ୍ସବ ଅବସରରେ ଆମେ ତାଙ୍କୁ ଗଭୀର ଶ୍ରଦ୍ଧା ସହିତ

ନମନ କରୁଛୁ। ସେ ସାହସ, କରୁଣା ଓ ବଲିଦାନର ପ୍ରତୀକ। ତାଙ୍କର ଜୀବନ ଓ ଶିକ୍ଷା ଆମକୁ ସତ୍ୟ, ନ୍ୟାୟ, ଧର୍ମ ଓ ମାନବ

ମର୍ଯ୍ୟାଦାର ସୁରକ୍ଷା ପାଇଁ ପ୍ରେରିତ କରେ। ଗୁରୁଜୀଙ୍କ ଦୃଷ୍ଟିକୋଣ ପିଢ଼ି ପିଢ଼ିକୁ ସେବା ଓ

ନିଷ୍କାମ କର୍ତ୍ତବ୍ୟ ଦିଗରେ ପଥପ୍ରଦର୍ଶନ କରିଆସିଛି।

ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ ଏହି ବର୍ଷର ଆରମ୍ଭରେ

କରାଯାଇଥିବା ଶ୍ରୀ ହରିମନ୍ଦିର ଜୀ ପାଟନା ସାହିବ ଦର୍ଶନର ଉଲ୍ଲେଖ କରି କହିଛନ୍ତି ଯେ ସେଠାରେ

ସେ ଶ୍ରୀ ଗୁରୁ ଗୋବିନ୍ଦ ସିଂହ ଜୀ ଏବଂ ମାତା ସାହିବ କୌର ଜୀଙ୍କ ପବିତ୍ର ‘ଜୋର ସାହିବ’ ର

ଦର୍ଶନ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande