
ନୂଆଦିଲ୍ଲୀ, 27 ଡିସେମ୍ବର (ହି.ସ.)- ଶିଖ ଧର୍ମର ଦଶମ ଗୁରୁ ଶ୍ରୀ ଗୁରୁ ଗୋବିନ୍ଦ ସିଂହ
ଜୀଙ୍କ ପାବନ ପ୍ରକାଶ ପର୍ବ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, କେନ୍ଦ୍ରୀୟ
ମନ୍ତ୍ରୀମାନେ, ମୁଖ୍ୟମନ୍ତ୍ରୀ ମାନେ
ଓ ବିଭିନ୍ନ ରାଜନୈତିକ ଦଳର ନେତାମାନେ ତାଙ୍କୁ ଶ୍ରଦ୍ଧା ସହ ସ୍ମରଣ କରି ତାଙ୍କର ସାହସ, ତ୍ୟାଗ, ସମତା ଓ ନ୍ୟାୟର
ଆଦର୍ଶକୁ ସ୍ମରଣ କରିଛନ୍ତି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ‘ଏକ୍ସ’ ରେ ପୋଷ୍ଟ କରି ନିଜ
ସନ୍ଦେଶରେ କହିଛନ୍ତି ଯେ ଗୁରୁ ଗୋବିନ୍ଦ ସିଂହ ଅଦମ୍ୟ ସାହସ ଓ ଦୂରଦର୍ଶିତାର ପ୍ରତୀକ ଥିଲେ। ସେ
ଧର୍ମମୟ ଜୀବନ ଜୀବନ୍ତ କରିବାକୁ ପ୍ରେରଣା ଦେଇଥିଲେ ଏବଂ ନ୍ୟାୟ ଓ ଆତ୍ମସମ୍ମାନର ସୁରକ୍ଷା ପାଇଁ
ଲୋକମାନଙ୍କୁ ସଂଗଠିତ କରିଥିଲେ। ତାଙ୍କର ଶିକ୍ଷା ଏକତା,କରୁଣା ଓ ସମସ୍ତଙ୍କ
ପ୍ରତି ସମ୍ମାନ ଉପରେ ଆଧାରିତ ସମାଜ ଗଠନର ପଥ ପ୍ରଦର୍ଶନ କରି ଚାଲିବ।
ଗୃହମନ୍ତ୍ରୀ ଅମିତ ଶାହ ଗୁରୁ ଗୋବିନ୍ଦ ସିଂହ ଜୀଙ୍କୁ ‘ସରବଂସଦାନୀ’
ବୋଲି ବର୍ଣ୍ଣନା କରି କହିଛନ୍ତି ଯେ ମାନବ ଇତିହାସରେ ତାଙ୍କ ପରି ଅଦ୍ୱିତୀୟ ତ୍ୟାଗ ଅତ୍ୟନ୍ତ
ଦୁର୍ଲଭ। ସେ ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ସଂଘର୍ଷ କରି ଧର୍ମ ଓ ସଂସ୍କୃତିର ସୁରକ୍ଷା ପାଇଁ
ନିଜ ସମ୍ପୂର୍ଣ୍ଣ ପରିବାର ସହିତ ସର୍ବୋଚ୍ଚ ବଲିଦାନ ଦେଇଥିଲେ। ଖାଲସା ପନ୍ଥର ସ୍ଥାପନା
ମାଧ୍ୟମରେ ସେ ସେବା ସହିତ ସୁରକ୍ଷାକୁ ମଧ୍ୟ ସୁଦୃଢ଼ କରିଥିଲେ।
ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଯେ ଗୁରୁ
ଗୋବିନ୍ଦ ସିଂହ ଜୀଙ୍କ ପ୍ରକାଶ ପର୍ବ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା। ତାଙ୍କର ଜୀବନ ଓ
ଚିନ୍ତାଧାରା ସର୍ବଦା ପ୍ରେରଣା ଦେଇ ଚାଲିବ। ଆଜି ତାଙ୍କର ପ୍ରକାଶ ପର୍ବ ଅବସରରେ ତାଙ୍କୁ
ଶ୍ରଦ୍ଧାସହ ନମନ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା