
ରାଂଚି, 27 ଡିସେମ୍ବର (ହି.ସ.)-ରାଷ୍ଟ୍ରପତି
ଦ୍ରୌପଦୀ ମୁର୍ମୁ ୨୮ରୁ ୩୦ ଡିସେମ୍ବର ପର୍ଯ୍ୟନ୍ତ ତିନି ଦିନିଆ ଯାତ୍ରାରେ ଝାରଖଣ୍ଡ ଆସୁଛନ୍ତି।
ସୁରକ୍ଷାକୁ ଧ୍ୟାନରେ ରଖି ବିର୍ସା ମୁଣ୍ଡା ବିମାନବନ୍ଦରରୁ ହିନୁ ଛକ, ବିର୍ସା ଛକ, ଅର୍ଗୋଡା ଚକ ହୋଇ
ଲୋକଭବନ ପର୍ଯ୍ୟନ୍ତ ୨୦୦ ମିଟର ପରିଧିକୁ ସଦର ଅନୁମଣ୍ଡଳ ଦଣ୍ଡାଧିକାରୀ ଉତ୍କର୍ଷ କୁମାର ‘ନୋ
ଫ୍ଲାଇଂ ଜୋନ୍’ ଘୋଷଣା କରିଛନ୍ତି।
ବିଏନଏସଏସର ଧାରା ଅନୁସାରେ ପ୍ରଦତ୍ତ ଶକ୍ତି ବ୍ୟବହାର କରି ଏହି
ନିଷେଧାଜ୍ଞା ଜାରି କରାଯାଇଛି। ଉପରୋକ୍ତ ଅଞ୍ଚଳର ଉପରେ ଡ୍ରୋନ୍, ପାରାଗ୍ଲାଇଡିଂ ଓ
ହଟ୍ ଏୟାର ବେଲୁନ୍ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ ରହିବ। ଏହି ନିଷେଧାଜ୍ଞା ୨୮ ଡିସେମ୍ବର ସକାଳ
୬ଟାରୁ ୩୦ ଡିସେମ୍ବର ରାତି ୧୦ଟା ପର୍ଯ୍ୟନ୍ତ ବଳବତ୍ତର ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା