
ଭୁବନେଶ୍ୱର, 27 ଡିସେମ୍ବର (ହି.ସ.)- ଅନ୍ତର୍ଜାତୀୟ ମହାମାରୀ ପ୍ରସ୍ତୁତି ଦିବସରେ ସଚେତନତା
ସୃଷ୍ଟି କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଆହ୍ୱାନ ଦେଇଛନ୍ତି । ଏନେଇ ସୋସିଆଲ
ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ଅନ୍ତର୍ଜାତୀୟ ମହାମାରୀ ପ୍ରସ୍ତୁତି ଦିବସ ଅବସରରେ
ଆସନ୍ତୁ ଅଧିକରୁ ଅଧିକ ସଚେତନତା ସୃଷ୍ଟି କରିବା। ସତର୍କତା, ସଚେତନତା ଏବଂ
ନିୟନ୍ତ୍ରଣକୁ ଗୁରୁତ୍ଵ ଦେଇ ସମସ୍ତଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ସୁନିଶ୍ଚିତ କରିବା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା