

ସମ୍ବଲପୁର, ୨୮, ଡିସେମ୍ବର (ହି.ସ.) ସ୍ଥାନୀୟ ତପସ୍ଵିନୀ ପ୍ରେକ୍ଷାଳୟ ପରିସରରେ ପ୍ରଥମ ଥର କେବଳ ବିବାହିତ ମହିଳା ମାନଙ୍କ ପାଇଁ ବୀଣାପାଣି କଳା ବିକାଶ କେନ୍ଦ୍ର ଦ୍ଵାରା ଆୟୋଜିତ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତା 'ଶ୍ରୀମତୀ ସମ୍ବଲପୁର' ଉଦଘାଟିତ ହୋଇଯାଇଛି। ପୂର୍ବତନ ରେଙ୍ଗାଲି ବିଧାୟକ ନାଉରୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ ବିଜେପି ନେତା ତଥା ସମାଜସେବୀ ସୁଶାନ୍ତ ପୁରୋହିତ ଏବଂ କୃଷକ ମୋର୍ଚ୍ଚା ସଭାପତି ସମୀର ରଞ୍ଜନ ବାବୁ ଯୋଗ ଦେଇଥିଲେ। ଏହି ଦୁଇ ଦିନିଆ କାର୍ଯକ୍ରମରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୩୫ ଜଣ ପ୍ରତିଯୋଗୀ ପଞ୍ଜୀକୃତ କରିଥିଲେ। ପ୍ରଥମ ଦିନରେ ବିଭିନ୍ନ ରାଉଣ୍ଡରେ ସେମାନେ ନିଜ ଲୁକ୍କାୟିତ ପ୍ରତିଭା ପ୍ରଦର୍ଶନ କରି ଚୁଡାନ୍ତ ପର୍ଯ୍ୟାୟକୁ ୨୦ ଜଣ ଉନ୍ନୀତ ହୋଇଛନ୍ତି। ବିଚାରକ ଭାବରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତି ଡକ୍ଟର ହର ପ୍ରସନ୍ନ ତ୍ରିପାଠୀ, ଡକ୍ଟର ଦେବସ୍ମିତା ମିଶ୍ର, ଡକ୍ଟର ମୂରଲୀଧର ଶର୍ମା, ଡକ୍ଟର ସୁଜାତା ପଣ୍ଡା, ଆଶା ଶର୍ମା, ସମିତ୍ କର, ବୃନ୍ଦାବନ ମହାରଣା, ଶିଶିର କର, ରେଶ୍ମା ଶ୍ରୀକୁମାର ପ୍ରମୁଖ ଯୋଗ ଦେଇଛନ୍ତି । ପ୍ରାରମ୍ଭରେ
ବୀଣାପାଣି କଳା ବିକାଶ କେନ୍ଦ୍ରର ସଂଯୋଜିକା ସୁପ୍ରଭା ସାହାଣୀ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। 'ଶ୍ରୀମତି ସମ୍ବଲପୁର' କାର୍ଯକ୍ରମର ପ୍ରକଳ୍ପ ମୁଖ୍ୟ ସୂର୍ଯ୍ୟ ଗୁରୁଙ୍କ ସୂଚନା ଅନୁସାରେ ଆସନ୍ତା କାଲି ଏହି ପ୍ରତିଯୋଗିତାର ଚୁଡାନ୍ତ ପର୍ଯ୍ୟାୟ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଧାୟକ ଜୟନାରାୟଣ ମିଶ୍ର ଯୋଗ ଦେବାର କାର୍ଯକ୍ରମ ରହିଛି। କାର୍ଯକ୍ରମର ଆୟୋଜନ ଉଦ୍ ଘୋଷଣାରେ ଜ୍ୟୋତିରାଦିତ୍ୟ, ମିନାକ୍ଷୀ, ତରୁଣ, ଉମାଶଙ୍କର, ଅନିଶା, ଅର୍ଚ୍ଚିତା ପ୍ରମୁଖ ସହଯୋଗ କରିଥିଲେ।
ସୁରେଶ ଛନ୍ଦ, ମାନସ, ଅମିତ୍ ପତି, ପ୍ରଦୀପ ପଟେଲ, ଅଜୟ, ଦିଲ୍ଲୀପ, ତର୍ପଣ, ଚିତ୍ରସେନ, ପ୍ରିୟଙ୍କା, ଚନ୍ଦନ, ଲିପନ, ଚମନ୍, ଅଲିଭା, ରେଣୁ, ପିଙ୍କି,ପ୍ରୀୟଂସୁ ପ୍ରମୁଖ କାର୍ଯକ୍ରମରେ ସହଯୋଗ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ