
ଭୁବନେଶ୍ୱର, 28 ଡିସେମ୍ବର (ହି.ସ.): ରାଜ୍ୟର ୨୩ଟି ଜିଲ୍ଲାରେ ସରକାରୀ ଓକିଲ ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି ଏବଂ ବାକି ୭ଟି ଜିଲ୍ଲାରେ ଖୁବ୍ଶୀଘ୍ର ନିଯୁକ୍ତି ସରିବ, ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି।
ଶ୍ରୀ ସାମଲ କହିଛନ୍ତି ଯେ, ସରକାରୀ ଓକିଲ ନିଯୁକ୍ତିକୁ ନେଇ ୧୨ଟି ଜିଲ୍ଲାରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଅବଶିଷ୍ଟ ୧୧ଟି ଜିଲ୍ଲାରେ ଛୁଟି ସରିବା ପରେ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ସମ୍ପୂର୍ଣ୍ଣ ପ୍ରକ୍ରିୟା ଶୀଘ୍ର ସମାପ୍ତ କରାଯିବ।
ସେ ଆହୁରି କହିଛନ୍ତି ଯେ, ବୋର୍ଡ ଓ ନିଗମଗୁଡ଼ିକରେ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଖୁବ୍ଶୀଘ୍ର ସରିବ ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ