ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ନୂତନ ଜିଲ୍ଲା କମିଟି ପଦାଧିକାରୀଙ୍କୁ ସମ୍ବର୍ଦ୍ଧନା
ମାଲକାନଗିରି, ୨୮ ଡିସେମ୍ବର (ହି.ସ.)- ରାଜ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜୁ ଜନତା ଦଳର ମାଲକାନଗିରି ଜିଲ୍ଲା ନୂତନ କମିଟି ଘୋଷଣା କରାଯାଇଥିବା ବେଳେ ନବ ନିଯୁକ୍ତି ହୋଇଥିବା ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ସମସ୍ତ ଜିଲ୍ଲା ପଦାଧିକାରୀଙ୍କୁ ନେଇ ମାଲକାନଗିର
ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ନୂତନ ଜିଲ୍ଲା କମିଟି ପଦାଧିକାରୀ ଙ୍କୁ ସମ୍ବର୍ଦ୍ଧନା


ମାଲକାନଗିରି, ୨୮ ଡିସେମ୍ବର (ହି.ସ.)- ରାଜ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜୁ ଜନତା ଦଳର ମାଲକାନଗିରି ଜିଲ୍ଲା ନୂତନ କମିଟି ଘୋଷଣା କରାଯାଇଥିବା ବେଳେ ନବ ନିଯୁକ୍ତି ହୋଇଥିବା ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ସମସ୍ତ ଜିଲ୍ଲା ପଦାଧିକାରୀଙ୍କୁ ନେଇ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମିଙ୍କ ନେତୃତ୍ୱରେ ଆଜି ବିଜେଡି ଜିଲ୍ଲା କାର୍ଯ୍ୟାଳୟ ଲାଠିଆଗୁଡା ଠାରେ ଏକ ସଭାର ଆୟୋଜନ କରାଯାଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ନବ ନିଯୁକ୍ତ ଜିଲ୍ଲା ବିଜେଡି କମିଟିର ସମସ୍ତ ପଦାଧିକାରୀଙ୍କୁ ଜିଲ୍ଲା ବିଜେଡି ସଭାପତି ମାନସ ମାଡକାମିଙ୍କ ସହ ଜିଲ୍ଲା ବିଜୁ ମହିଳାନେତ୍ରୀ ଲକ୍ଷ୍ମୀପ୍ରିୟା ନାୟକ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ପୂର୍ବରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମାଲକାନଗିରି ଜିଲ୍ଲା ବିଜେଡି ସଭାପତି ଭାବେ ପୂର୍ବତନ ବିଧାୟକ ମାନସ ମାଡ଼କାମିଙ୍କୁ ଚୟନ କରାଯାଇଥିବା ବେଳେ ଆଜି ସାଧାରଣ ସମ୍ପାଦକ, ସମ୍ପାଦକ ଓ କୋଷାଧ୍ୟକ୍ଷଙ୍କୁ ଚୟନ କରାଯାଇଛି । ମାଲକାନଗିରି ନିର୍ବାଚନ ମଣ୍ଡଳୀ ପାଇଁ ଉପ ସଭାପତି ଭାବେ ପ୍ରଫୁଲ କୁମାର ପଣ୍ଡା ଓ ସାଧାରଣ ସଂପାଦକ ଭାବେ ବିଶ୍ଵନାଥ ରେଡ୍ଡୀଙ୍କୁ ଚୟନ କରାଯାଇଥିବା ବେଳେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ପାଇଁ ଉପ ସଭାପତି ଉଦୟ ନାଥ ମାଦ୍ରୀ ଏବଂ ସାଧାରଣ ସଂପାଦକ ଭାବେ ସତ୍ୟନାରାୟଣ ପାଣିଗ୍ରାହୀଙ୍କୁ ଚୟନ କରାଯାଇଛି।

ସେହିପରି ଅନ୍ୟ ସାଧାରଣ ସଂପାଦକମାନେ ଚିତ୍ରକୋଣ୍ଡା ବ୍ଳକର ରଘୁବୀର ଖରା, ପଡ଼ିଆ ବ୍ଳକର ନାକା ନୁକାଲ ରାଜୁ, ମାଥିଲି ବ୍ଲକର କାନାମ ରାଜୁ ନାୟକ, ବାଲିମେଳା ଏନଏସିର ର ମଙ୍ଗଳା ପାଙ୍ଗି, ମାଲକାନଗିରି ପୌର ପରିଷଦର ଲମ୍ବୋଦର ତୁରୁକ , ମାଲକାନଗିରି ବ୍ଳକର ମୁକ୍କା ମାଡ଼କାମୀ ଏବଂ ଖଇରପୁଟ ବ୍ଲକର ଭଗବାନ ସାହୁଙ୍କୁ ଚୟନ କରାଯାଇଛି। ସେହିପରି କୋଷାଧ୍ୟକ୍ଷ ଦିବାଶ ମିସ୍ତ୍ରୀ, ସଂପାଦକ ପଡିଆ ବ୍ଳକର ଏମ୍ ଡି ଫାରୁକ ଓ ସୁବାସ ଚନ୍ଦ୍ର ଭୌମିକ, ମାଲକାନଗିରି ବ୍ଳକର କଣ୍ଟେଶ୍ଵର ପଟଲା, ପିତାମ୍ବର ଗୋଟେ ଓ ସଦାନନ୍ଦ ଖରା, କୋରୁ ରୁକୋଣ୍ଡା ବ୍ଳକର ମାଧବ ସାବତ ଓ ସଦାନନ୍ଦ ମଣ୍ଡଳ, କାଲିମେଳା ବ୍ଲକର ଶରତ ଚନ୍ଦ୍ର ବିଶ୍ଵାଳ ଓ ଶମ୍ଭୁନାଥ ବାକଚି, ମାଥିଲି ବ୍ଲକର ସମ୍ବାରୁ ନାୟକ ଓ ବିଦ୍ୟାଧର ପୂଜାରୀ, ଚିତ୍ରକୋଣ୍ଡା ବ୍ଲକର କମଳୁ ହନ୍ତାଳ ଓ ଅର୍ଜୁନ କିର୍ଷାନୀ, ଖଇରପୁଟ ବ୍ଳକର ରାଜେନ୍ଦ୍ର ସୁଗ୍ରୀ ଓ ପ୍ରୀତମ ଗୁରତେଲି, ମାଲକାନଗିରି ପୌର ପରିଷଦର ବିକାଶ ମଣ୍ଡଳ ଓ କେ.ରାହୁଲ, ବାଲିମେଳା ଏନଏସିର ଟୁକୁଲୁ ପ୍ରଧାନ ଓ ସଂଜୀବ ଦୋରା ପ୍ରମୁଖଙ୍କୁ ବିଜୁ ଜନତା ଦଳ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଗଲା ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande