
ନୂଆପଡ଼ା, ୨୮ ଡିସେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଚଲାନପଡ଼ା ଗାୟତ୍ରୀ ଶକ୍ତିପୀଠର ୪୫ ତମ ପ୍ରତିଷ୍ଠା ଦିବସ ତଥା ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଆଧ୍ୟାତ୍ମିକ ପତକା ଗାୟତ୍ରୀ ଶକ୍ତିପୀଠର ବରିଷ୍ଠ ପରିଜନ ରଘୁପତି ସିଂ ବାରିକ ଉତ୍ତୋଲନ କରିଥିଲେ। ତାଙ୍କୁ ଶକ୍ତିପୀଠର ମୁଖ୍ୟ ଟ୍ରଷ୍ଟି କେତନ ସିଂ ବାରିକ ସହଯୋଗ କରିଥିଲେ। ପରେ ପଞ୍ଚ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା। ଏହି ହୋମ ମହା ଯଜ୍ଞରେ ଶତାଧିକ ଗାୟତ୍ରୀ ପରିବାର ପରିଜନ ଭାଗ ନେଇଥିଲେ।
ଏହି ଅବସରରେ ଷୋଡ଼ଶ ସଂସ୍କାର କାର୍ଯ୍ୟ ମାନ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ସିନାପାଲି ବ୍ଲକ ହାତୀବନ୍ଧା ଗ୍ରାମର ଅର୍ଜୁନ ବାଗଙ୍କ ନେତୃତ୍ଵରେ ଗାୟତ୍ରୀ ମାତାଙ୍କ ଟୋଲି ଯଜ୍ଞ ସଞ୍ଚାଳନ କରିଥିଲେ। ବରିଷ୍ଠ ଗାୟତ୍ରୀ ପରିଜନ, ଲଵଣେଶ୍ୱର ବାରିକ, ଦୟାନିଧି ବାରିକ, ନନ୍ଦଲାଲ ବାରିକ, ତ୍ରିଲୋଚନ ବିଶି, ଡମ୍ବୁଲାଲ ରଣା, ଜୟରାମ ଶବର, ସନାତନ ଶବର, ଗୀତାଞ୍ଜଳି ବାରିକ, କୁମଞ୍ଜଳି ବାରିକ, କ୍ଷିରସିନ୍ଦୁ ବାଲା ବାରିକ, କୁସୁମ ମଞ୍ଜରୀ ପଣ୍ଡା, ତୁଳସୀରାଣୀ ବାରିକ, ପଙ୍କଜୀନୀ ଚଲାନ, ମମତା ମଞ୍ଜରୀ ଥପା, ମିନୁ ରାଉତ, ସଂଯୁକ୍ତା ବାରିକ, ବବିତା ବିଶି,ବରଗାଁ ସରପଞ୍ଚ ଗୋବିନ୍ଦ ବିହାରୀ ବାରିକ, ଶ୍ରୀରାମ ସମରେନ୍ଦ୍ର ସିଂ ବାରିକ, ଯୋଗେଶ କୁମାର ଚଲାନ, ମୃତ୍ୟୁଞ୍ଜୟ ସିଂ ବାରିକ, ତୁମେଶ୍ୱର ଚଲାନ,ବଲଦେବ ରାଉତ, ଶୁଶିଲ କୁମାର ଚଲାନ, କ୍ଷୀର ପ୍ରସାଦ ରାଉତରାୟ, ପ୍ରେମ ସିଂ ବାରିକ, ବିଜୟ ପ୍ରତାପ ସିଂ ମହାରଥା, ଅଶ୍ୱିନୀ କୁମାର ପ୍ରଧାନୀ, ମନ୍ଥନ ଦଣ୍ଡସେନାଙ୍କ ସମେତ ଶତାଧିକ ଗାୟତ୍ରୀ ପରିଜନ ଉପସ୍ଥିତ ଥିଲେ। ଏହି ଅବସରରେ କବି କ୍ଷିର ପ୍ରସାଦ ରାଉତରାୟଙ୍କ ଲିଖିତଗାୟତ୍ରୀ ଭଜନ ମାଳା ଓ ସ୍ରୋତ ଉନ୍ମୋଚିତ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ