ପରୀକ୍ଷା ଦେଇ ଫେରିଲାନି ଝିଅ
ଜୟପୁର , 28 ଡିସେମ୍ବର (ହି.ସ.)ଗତ ୨୪ ତାରିଖ ଠାରୁ ଆମ୍ବାଗୁଡା ଆଇଟିଆଇ ସେଣ୍ଟରରେ ପରୀକ୍ଷା ଦେବାକୁ ଯାଇ ଝିଅ ଫେରିନଥିବା ନେଇ ଆଜି ସଦରଥାନାରେ ଏକ ଅଭିଯୋଗ ହୋଇଛି। ଅଭିଯୋଗ କାରି କୋଲାବ ନଗର ଅଞ୍ଚଳରେ ରହୁଥିବା ଝିଅର ବାପା ଅମୂଲ୍ୟ ବେହେରାଙ୍କ କହିବାନୁଯାୟୀ ଗତ ୨୪ ତାରିଖ ସକାଳୁ ନାବାଳିକା ଝ
ପରୀକ୍ଷା ଦେଇ ଫେରିଲାନି ଝିଅ


ଜୟପୁର , 28 ଡିସେମ୍ବର (ହି.ସ.)ଗତ ୨୪ ତାରିଖ ଠାରୁ ଆମ୍ବାଗୁଡା ଆଇଟିଆଇ ସେଣ୍ଟରରେ ପରୀକ୍ଷା ଦେବାକୁ ଯାଇ ଝିଅ ଫେରିନଥିବା ନେଇ ଆଜି ସଦରଥାନାରେ ଏକ ଅଭିଯୋଗ ହୋଇଛି। ଅଭିଯୋଗ କାରି କୋଲାବ ନଗର ଅଞ୍ଚଳରେ ରହୁଥିବା ଝିଅର ବାପା ଅମୂଲ୍ୟ ବେହେରାଙ୍କ କହିବାନୁଯାୟୀ ଗତ ୨୪ ତାରିଖ ସକାଳୁ ନାବାଳିକା ଝିଅ ପରୀକ୍ଷା ଦେବାକୁ ଆମ୍ବାଗୁଡା ଯାଇଥିଲା। ଆମ୍ବାଗୁଡାରେ ପରୀକ୍ଷା ଦେବା ପରେ ସେ ଘରକୁ ଫେରି ନଥିଲେ। ପରିବାର ଲୋକେ ଖୋଜାଖୋଜି କରିବା ପରେ ଜୟପୁର ସଦରଥାନାରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି। ଅଭିଯୋଗ କୁ ଭିତ୍ତି କରି ସଦର ପୁଲିସ ଆମ୍ବାଗୁଡା ଆଇଟିଆଇ କଲେଜ ଯାଇ ସିସିଟିଭି ଯାଞ୍ଚ କରିଥିଲା। ସିସିଟିଭିରେ ଝିଅ ପରୀକ୍ଷା ଦେଇ ଯାଇଥିବା ଦେଖିବାକୁ ପାଇଥିଲେ। ନିଖୋଜ ହେବାର ୪ଦିନ ବିତିଯାଇଥିଲେ ହେଁ ଝିଅ ଆଜି ସୁଦ୍ଧା ଘରକୁ ନ ଫେରିଥିବାରୁ ଆଜି ଥାନାରେ ଅଭିଯୋଗ ଦେଇଛନ୍ତି। ଅଭିଯୋଗ କୁ ଭିତ୍ତି କରି ପୁଲିସ ଅନୁସନ୍ଧାନ ଜାରି ରଖିଛି।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande