ରାଜ୍ୟ ତୀରନ୍ଦାଜ୍ ପ୍ରତିଯୋଗିତା : ସମ୍ବଲପୁର ପାଇଁ ଗର୍ବ ସୃଷ୍ଟି କଲେ ଜମଜ ଭାଇ ଭଉଣୀ
ରାଜ୍ୟ ତୀରନ୍ଦାଜ୍ ପ୍ରତିଯୋଗିତା : ସମ୍ବଲପୁର ପାଇଁ ଗର୍ବ ସୃଷ୍ଟି କଲେ ଜମଜ ଭାଇ ଭଉଣୀ
ରାଜ୍ୟ ତୀରନ୍ଦାଜ୍ ପ୍ରତିଯୋଗିତା : ସମ୍ବଲପୁର ପାଇଁ ଗର୍ବ ସୃଷ୍ଟି କଲେ ଜମଜ ଭାଇ ଭଉଣୀ


ସମ୍ବଲପୁର, ୨୮, ଡିସେମ୍ବର (ହି.ସ.) ସମଗ୍ର ରାଜ୍ୟରେ ତୀରନ୍ଦାଜ୍ ପ୍ରତିଯୋଗିତା ଦୁନିଆରେ ସମ୍ବଲପୁର ପାଇଁ ଜମଜ ଭାଇ ଭଉଣୀ ଏବେ ବେଶ୍ ଚର୍ଚ୍ଚାର ପ୍ରସଙ୍ଗରେ ଅଛନ୍ତି । ଗତ ୨ଦିନ ଧରି କଟକ ଜିଲ୍ଲା କୁରଙ୍ଗ ଶାସନ ସ୍ଥିତ ମିନି ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ୧୩ରୁ ୧୫ ବର୍ଷ ରାଜ୍ୟ ସ୍ତରୀୟ ତୀରନ୍ଦାଜି ପ୍ରତିଯୋଗିତାରେ ଏହି ସଫଳତା ଆଣିଛନ୍ତି ଯୁଯୋମୁରା ଅଞ୍ଚଳର ଜମଜ ଭାଇ ଭଉଣୀ।

ସୂଚନା ଅନୁଯାୟୀ, କଟକ ଜିଲ୍ଲା ଆଚେରୀ ଆସୋସିଏସନ ଓ ଓଡିଶା ଆଚେରୀ ଆସିସିଏସନର ମିଳିତ ଆନୁକୂଲ୍ୟ ଓ ଜିନ୍ଦଲ ଫାଉଣ୍ଡେସନ ସହଯୋଗରେ ୨୭ ଓ ୨୮ ତାରିଖ ୨ ଦିନ ଧରି ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଅନ୍ଵେଷା ଦେହୁରୀ ବାଳିକା ବିଭାଗରେ ୩୬୦ରୁ ୨୯୮ ପଏଣ୍ଟ ରଖି ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ଅର୍ଣ୍ଣବ କୁମାର ଦେହୁରୀ ବାଳକ ବିଭାଗରେ ୩୬୦ ରୁ ୩୨୯ ପଏଣ୍ଟ ଆଣି ରୌପ୍ୟ ପଦକ ହାସଲ କରିଛନ୍ତି । ସେହିପରି ପ୍ରତିମା ସରୁକାତ ବାଳିକା ବିଭାଗରେ ୩୬୦ ରୁ ୨୯୫ ପଏଣ୍ଟ ଆଣି ରୌପ୍ୟ ପଦକ ହାସଲ କରିଛନ୍ତି। ସମସ୍ତ ୩ ଜଣ ବିଜେତା ଜୁଯୋମୁରାର ହୋଇଥିବାରୁ ଯୁଯୋମୁରା ଓ ସମ୍ବଲପୁର ଜିଲ୍ଲାରେ ଆନନ୍ଦର ଲହରୀ ଖେଳିଯାଇଛି। ଏହି ସଫଳତା ପାଇଁ ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଢ଼ାଖୋଲ ବିଧାୟକ ତଥା ବିରୋଧି ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ଦୁଲାଲ ପ୍ରଧାନ ପ୍ରମୁଖ ସମସ୍ତ ବିଜେତାଙ୍କୁ ନିଜ ନିଜ କୃତଜ୍ଞତା ଜଣାଇ ଭବିଷ୍ୟତ ସଫଳତା କାମନା କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande