ଧାନମଣ୍ଡି ରେ ଖରିଫ୍ ଧାନ ସଂଗ୍ରହ କାର୍ଯ୍ୟକ୍ରମ କୁ ଆଜି ଓଡିଶାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଆନୁଷ୍ଠାନିକ ଭାବେ ଉଦଘାଟନ
କେନ୍ଦୁଝର, 28 ଡିସେମ୍ବର (ହି.ସ.) କେନ୍ଦୁଝର ଜିଲ୍ଲାର ଘସିପୁରା ବ୍ଲକ ଅନ୍ତର୍ଗତ ମଦନପୁର ଠାରେ ନୂତନ ଧାନମଣ୍ଡି ରେ ଖରିଫ୍ ଧାନ ସଂଗ୍ରହ କାର୍ଯ୍ୟକ୍ରମ କୁ ଆଜି ଓଡିଶାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। କେନ୍ଦୁଝର ଜିଲ୍ଲା ରେ
Kharif mandi udghatan


କେନ୍ଦୁଝର, 28 ଡିସେମ୍ବର (ହି.ସ.)

କେନ୍ଦୁଝର ଜିଲ୍ଲାର ଘସିପୁରା ବ୍ଲକ ଅନ୍ତର୍ଗତ ମଦନପୁର ଠାରେ ନୂତନ ଧାନମଣ୍ଡି ରେ ଖରିଫ୍ ଧାନ ସଂଗ୍ରହ କାର୍ଯ୍ୟକ୍ରମ କୁ ଆଜି ଓଡିଶାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। କେନ୍ଦୁଝର ଜିଲ୍ଲା ରେ ଚଳିତ ବର୍ଷ ଖରିଫ୍ ଧାନ ସଂଗ୍ରହ ପାଇଁ ୯୫ ଟି ଧାନମଣ୍ଡୀ ମାଧ୍ୟମରେ ୭୯ ହଜାର ୧୦୮ ଜଣ ଚାଷୀ ମାନଙ୍କ ଠାରୁ ଧାନ କ୍ରୟ କରାଯିବ। ନୂତନ ମଦନପୁର ଧାନମଣ୍ଡୀ ରେ ୪୮୬ ଜଣ ଚାଷୀ ଧାନ ଦେବା ପାଇଁ ପଞ୍ଜିକରଣ କରିଛନ୍ତି। ଚଳିତ ଖରିଫ୍ ଧାନ ସଂଗ୍ରହ କୁ ସୂଛତା ଓ ଶୃଙ୍ଖଳିତ ଭାବେ କରିବା ପାଇଁ ରାଜ୍ୟ ସରକାର ବ୍ୟାପକ ବ୍ୟବସ୍ଥା କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି। ଚାଷୀ ଦରଦୀ ଲୋକପ୍ରିୟ ଯଶସ୍ୱୀ ମୁଖ୍ୟମନ୍ତ୍ରୀ ଶ୍ରୀମାନ ମୋହନ ଚରଣ ମାଝି ଓଡିଶା ର ଚାଷୀମାନଙ୍କ ର ଆୟ କୁ ଦୁଇ ଗୁଣା କରିବା ସହିତ ସମୃଦ୍ଧ କରିବା ପାଇଁ ବ୍ୟାପକ କୃଷକ କଲ୍ୟାଣକାରୀ ଯୋଜନା ମାନ ପ୍ରଣୟନ କରିଛନ୍ତି। ରାଜ୍ୟ ରେ ୧୫ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚିତ କରିବା ପାଇଁ ପର୍ଯ୍ୟାପ୍ତ ଅର୍ଥ ବ୍ୟବସ୍ଥା ସରକାର କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ତାଙ୍କର ଭାଷଣରେ କହିଥିଲେ। ରାଜ୍ୟ ର ୫୮ ଟି ସବ୍ଡ଼ିଭିଜନ ରେ ଶୀତଳଭଣ୍ଡାର କରିବା ପାଇଁ ପଦକ୍ଷେପ ନିଆଯାଉଛି। ତତସହିତ ଏକଶହ ଆଦର୍ଶ ଧାନମଣ୍ଡୀ ନିର୍ମାଣ କରିବା ପାଇଁ ଅର୍ଥ ର ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ। ଏହି କାର୍ଯ୍ୟକ୍ରମରେ ବିଜେପି କୃଷକ ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଯୋଗଦାନ କରି ଓଡିଶା ର ଚାଷୀ ଦରଦୀ ଲୋକପ୍ରିୟ ଯଶସ୍ୱୀ ମୁଖ୍ୟମନ୍ତ୍ରୀ ଶ୍ରୀମାନ ମୋହନ ଚରଣ ମାଝି କଂର ୧୮ ମାସ ଶାସନ କାଳରେ କୃଷକ କଲ୍ୟାଣକାରୀ ଯୋଜନା ମାଧ୍ୟମରେ ଚାଷୀ ମାନଙ୍କ ର ଅର୍ଥ ନୈତିକ ବିକାଶର ପ୍ରବାହ ଓଡିଶା ରେ ଏକ ଐତିହାସିକ ପଦକ୍ଷେପ ବୋଲି ଶ୍ରୀ ମହେଶ୍ଵର ସାହୁ ତାଙ୍କର ଭାଷଣରେ କହିଥିଲେ।ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ପୃଥିରାଜ କୁଅଁର ଏହି କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ। ଜିଲ୍ଲା ଖାଦ୍ୟ ଯୋଗାଣ ମୁଖ୍ୟ ଅଧିକାରୀ ଶ୍ରୀ ପବିତ୍ର କୁମାର ସାହୁ, ଜିଲ୍ଳା ସମବାୟ ସେବା ଅଧିକାରୀ ଶ୍ରୀ ପର୍ଶୁରାମ ପାତ୍ର,ବିଜେପି ର ବରିଷ୍ଠ ନେତା ଶ୍ରୀ ଭଗବାନ ସାହୁ, ଶୁଭେନ୍ଦୁ ଚକ୍ର, ଯଞ୍ଜ ପ୍ରକାର ସାହୁ, ଦେବରଞ୍ଜନ ସାହୁ, ଅମୂଲ୍ୟ ଚକ୍ର, ସଞ୍ଜୟ କୁମାର ଜେନା, ସୁଧାଂଶୁ ଶେଖର କୁଅଁର, କଳାକର ଫେରେଇ, ଅର୍ଜୁନୀ କର, ଶ୍ରୀମେନ୍ଦ କୁଅଁର, ପ୍ୟାରୀ ମୋହନ ବାରିକ, ଗଙ୍ଗାଧର ଓଝା, ଚିନ୍ତାମଣି ଜେନା, ବାବନ ସାହୁ, ବିଶୂନାଥ ସାହୁ, ଘାସିନାଥ କୁଅଁର ପ୍ରମୁଖ ଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଙ୍କ ସମେତ ହଜାର ହଜାର ଚାଷୀ ସାମିଲ ହୋଇଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande