

ବଲାଙ୍ଗିର, 28 ଡିସେମ୍ବର (ହି.ସ.)
ବଲାଙ୍ଗିର ସହରାଞ୍ଚଳ ପଣ୍ଡରା ସମାଜ ଆନୁକୁଲ୍ୟରେ ଖୁଜେନପାଲି ଶିବ ମନ୍ଦିର ପରିସରରେ ସମାଜର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରାଦେଶିକ ପଣ୍ଡରା ମହାସଂଘର କର୍ମକର୍ତ୍ତା ଏବଂ ମହା କେନ୍ଦ୍ରର କର୍ମକର୍ତ୍ତା ଓ ସଭ୍ୟ ମାନେ ନିମନ୍ତ୍ରିତ ଅତିଥି ଭାବରେ ଯୋଗଦେଇଥିଲେ। ମହାସଂଘର ସଭାପତି ରସରାଜ ସା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମହାସଂଘର ସମ୍ପାଦକ ବୁଦ୍ଧଦେବ ବିଶି,ଉପ -ସଭାପତି ସୁରେନ୍ଦ୍ର ଖମାରୀ, ଉପେନ୍ଦ୍ର ଭୋଇ, ସହ-ସମ୍ପାଦକ ଗୋବର୍ଦ୍ଧନ ସାହୁ, ସାଂଗଠନିକ ସମ୍ପାଦକ ବିରେନ୍ଦ୍ର ଦେହୁରୀ, ଉପଦେଷ୍ଟା ରଞ୍ଜନ ମହଲା, ଦୟାସାଗର ସାହା, ଘାସିରାମ ମଲ୍ଲିକ, ବିରାଟପାଣ୍ଡେ, ସଭ୍ୟ ବିନୋଦ ଭୋଇ ଏବଂ ଭୋଜରାଜ ବୁଡେକ ମଞ୍ଚାସୀନ ଥିଲେ ।ଏହି ଅବସରରେ ପଣ୍ଡରା ସମାଜ ଆଚାର ସଂହିତା ପୁସ୍ତକ ଉନ୍ମୋଚିତ ହୋଇଥିଲା।ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ସମାଜ ର କୃତୀ ଛାତ୍ର ଶ୍ରୀବର୍ଦ୍ଧନ ବିଶିଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଦୁତୀୟା ଦେହେରୀ ଏବଂ ସମ୍ପାଦକ ବୁଦ୍ଧଦେବ ବିଶି । ଧନ୍ୟବାଦ ଅର୍ପଣ କରିଥିଲେ ସୁଶିଳ କୁମାର ବିଶି ପରିଚାଳନାରେ ସହଯୋଗକରିଥିଲେ ମାନନଭଞ୍ଜନ ସା,ଗଙ୍ଗାଧର ଭୋଇ, ଭବାନୀଶଙ୍କର ଭୋଇ, ନୟନ ସା, ସୁଜିତ ମଲ୍ଲିକ, ବିଦ୍ୟାଧର ଦ୍ଵାରୀ, ବିଜୟ ସା, ଶୁଭ୍ରକାନ୍ତ ଦେହେରୀ, ଗୁରୁଚରଣ କହଁର, ସରୋଜ ଦେହେରୀ, କ୍ଷମା ନିଧି ଝାଙ୍କର, ବଂଶୀଧର ସା,ସନ୍ତୋଷ ସା, ରାମ କୁମାର ସା, ଶୁଶିଳ ଭୋଇ,ମୁକେଶ ସା,ଶଙ୍କର୍ଷଣ ନାଏକ, ବିପିନ ନା ଏକ, ଅନ୍ତର୍ଯ୍ୟାମୀ ସା, ଉମାଶଙ୍କର ସା,ବାଞ୍ଚା ନିଧି ପଧାନ ପ୍ରମୁଖ ସହଯୋଗ କରିଥିଲେ..
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ