
ନୂଆପଡ଼ା, ୨୮ ଡ଼ିସେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ୟୁନିଟ ପକ୍ଷରୁ ଶୀତକାଳୀନ ସପ୍ତମ ଦିବସୀୟ ସ୍ୱତନ୍ତ୍ର ଶିବିର ଆଜି ଉଦଯାପିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, ସମ୍ମାନୀତ ଅତିଥି ଭାବରେ ଖଡ଼ିଆଳ ବିଧାୟକ ପ୍ରତିନିଧି ଅକ୍ଷୟ ନନ୍ଦ, କମ୍ବୁପାଣି ବାରିକ, ଯୁକ୍ତ ଦୁଇ ଅଧ୍ୟକ୍ଷ ଡ. ରଣବୀର ସିଂହ ପ୍ରମୁଖ ମଂଚାସୀନ ହୋଇଥିଲେ l ସ୍ବେଚ୍ଛାସେବୀ ସୁବାସ ବାଗ ସ୍ୱାଗତ ସଂଗୀତ ଗାନ କରିଥିବା ବେଳେ ୫୫ରୁ ଅଧିକ ସ୍ବେଚ୍ଛାସେବୀ ଦୀର୍ଘ ସାତ ଦିନ ଧରି କୋଟିପଦର ଗ୍ରାମର ରାସ୍ତା ଘାଟ, ପୋଖରୀ, ମନ୍ଦିର ପରିସର, ପଥପ୍ରାନ୍ତ ନାଟକ କରି ଜନ ସଚେତନ କରାଇଥିବା ସହିତ ଦୀର୍ଘ ସାତ ଦିନର ଅନୁଭୂତି ବଖାଣି ଥିଲେ l
ଏହି ପରିପ୍ରେକ୍ଷୀରେ ସମସ୍ତ ସ୍ବେଚ୍ଛାସେବୀ ଗ୍ରାମ ପରିକ୍ରମା କରିଥିଲେ l ଅତିଥି ମାନେ ସମସ୍ତ ଅଂଶଗ୍ରହଣକାରୀ ମାନଙ୍କୁ ପ୍ରମାଣ ପତ୍ର ଦେଇ ସମ୍ମାନୀତ କରିଥିଲେ l କାର୍ଯ୍ୟକ୍ରମରେ କୋଟିପଦର ଗ୍ରାମର ୩୦୦ ରୁ ଉର୍ଦ୍ଧ୍ୱ ଗ୍ରାମବାସୀ ଥିବାବେଳେ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡ. ସୁରଞ୍ଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l
ହିନ୍ଦୁସ୍ଥାନ ସମାଚାର / ହେମନ୍ତ