

ଭୁବନ, ୨୮ ଡିସେମ୍ବର (ହି.ସ.)- ଭୁବନ ଏନ୍ ଏ ସି ଅନ୍ତର୍ଗତ ୧ ନମ୍ବର ୱାର୍ଡ, ବଉଳ ଛକ, ଲତାବିଲ ର ଶ୍ରୀ ମହାଲକ୍ଷ୍ମୀ ସେବା ସଂଗଠନ ତରଫରୁ ରଗଡ଼ି ଶ୍ମଶାନ ସଫା କରାଯାଇଛି । ସାମାଜିକ କାର୍ଯ୍ୟ ଓ ସେବାକୁ ସର୍ବଦା ଗୁରୁତ୍ବ ଦେଇ ବିଭିନ୍ନ ଜନ ହିତକର କାର୍ଯ୍ୟ କରୁଥିବା ବେଳେ ଦୀର୍ଘଦିନ ହେଲା ଅବହେଳିତ ଅବସ୍ଥାରେ ଥିବା ରଗଡ଼ି ଶ୍ମଶାନକୁ ଅନୁଷ୍ଠାନର କର୍ମକର୍ତ୍ତା ମାନେ ସଫା କରି ସାରା ସହରରେ ପ୍ରଶଂସାର ପାତ୍ର ହୋଇଛନ୍ତି ।
ସଭାପତି ସନ୍ତୋଷ କୁମାର ସାହୁଙ୍କ ତତ୍ତ୍ଵାବଧାନରେ ସମ୍ପାଦକ ପ୍ରଦୀପ୍ତ କୁମାର ମହାରଣା, କୋଷାଧ୍ୟକ୍ଷ ମନୋଜ କୁମାର ଦାସ, ଦିଲ୍ଲୀପ କୁମାର ରାଉତ, ପ୍ରକାଶ ରାଉତ, ଜଳଧର ବେହେରା, ସଞ୍ଜୀବ କୁମାର ମହାନ୍ତି, ଅକ୍ଷୟ ବିହାରୀ, ଉମେଶ ଚନ୍ଦ୍ର ଦାସ, ପ୍ରଶାନ୍ତ ମହାନ୍ତି, ସୌମ୍ୟ ରଂଜନ ପାଲ, ଲକ୍ଷ୍ମୀକାନ୍ତ ସାହୁ, ବଳରାମ ଦାସ, ଚିନ୍ମୟ ମହାରଣା, ଦୁର୍ଯୋଧନ ବେହେରା ପ୍ରମୁଖ ଉପସ୍ଥିତ ରହି ସଫେଇ କରିଥିଲେ । ଗତ ୭ ତାରିଖ ରବିବାର ଦିନ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ଫଳ ବଣ୍ଟନ କରାଯିବା ସହିତ କୁମର୍ଦ୍ଦା ଗ୍ରାମରେ ଅଭାବୀ ଲୋକଙ୍କୁ ଶୀତ ବସ୍ତ୍ର ( କମ୍ବଳ) ବଣ୍ଟନ କରାଯାଇଥିଲା। ଏଭଳି ନିଆରା କାର୍ଯ୍ୟ ପାଇଁ ଅନୁଷ୍ଠାନକୁ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ