ମିସ୍ ଟିନ୍ ଫରେଭର୍ ୟୁନିଭର୍ସ' ମମତା ଭୂମିୟାଙ୍କୁ ସମ୍ବର୍ଦ୍ଧନା
ମାଲକାନଗିରି, ୨୮ ଡିସେମ୍ବର (ହି.ସ.)- ମିସ୍ ଟିନ୍ ଫରେଭର୍ ୟୁନିଭର୍ସ'' ଓଡ଼ିଶା- ୨୦୨୫ର ମୁକୁଟ ପିନ୍ଧିବା ପରେ ଜନ୍ମମାଟି ମାଲକାନଗିରିକୁ ଫେରିଛନ୍ତି ମମତା ଭୂମିୟା। ମାଲକାନଗିରିରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା କରାଯାଇଛି। ରାଜସ୍ଥାନରେ ଆୟୋଜିତ ଜାତୀୟସ୍ତରୀୟ ମିସ୍ ଟିନ୍ ଫରେଭର୍ ୟୁ
ମିସ୍ ଟିନ୍ ଫରେଭର୍ ୟୁନିଭର୍ସ' ମମତା ଭୂମିୟାଙ୍କୁ ସମ୍ବଦ୍ଧନା


ମାଲକାନଗିରି, ୨୮ ଡିସେମ୍ବର (ହି.ସ.)- ମିସ୍ ଟିନ୍ ଫରେଭର୍ ୟୁନିଭର୍ସ' ଓଡ଼ିଶା- ୨୦୨୫ର ମୁକୁଟ ପିନ୍ଧିବା ପରେ ଜନ୍ମମାଟି ମାଲକାନଗିରିକୁ ଫେରିଛନ୍ତି ମମତା ଭୂମିୟା। ମାଲକାନଗିରିରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା କରାଯାଇଛି। ରାଜସ୍ଥାନରେ ଆୟୋଜିତ ଜାତୀୟସ୍ତରୀୟ ମିସ୍ ଟିନ୍ ଫରେଭର୍ ୟୁନିଭର୍ସ ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟରୁ ପ୍ରାୟ ୭ ହଜାରରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଇଥିଲେ। ଓଡିଶାରୁ ତିନି ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ୧୭ ବର୍ଷୀୟ ମମତା ଭୂମିୟା ମିସ୍ ଟିନ୍ ଫରେଭର୍ ୟୁନିଭର୍ସ (ବିଜେତା) ଓଡ଼ିଶା ୨୦୨୫ର ମୁକୁଟ ପିନ୍ଧି ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ମାଲକାନଗିରି ଜିଲ୍ଲା ପଦ୍ମଗିରିର ତ୍ରିଲୋଚନ ଭୂମିୟା ଓ ରଞ୍ଜିତା ନାୟକଙ୍କ ଝିଅ ମମତାଭୂମିୟା ପିଲାଟିବେଳୁ ମଡେଲିଂ କରିବା ପ୍ରତି ତାଙ୍କର ଆଗ୍ରହ ଥିଲା, ସେ ମାଲକାନଗିରି କଲେଜରେ ଯୁକ୍ତ ୨ର ପ୍ରଥମ ବର୍ଷର ଛାତ୍ରୀ।

ତାଙ୍କର ଏହି ବିଜେତାରେ ପଦ୍ମଗିରି ସହ ସମଗ୍ର ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି। ସେj ଆଜି ମଧ୍ୟାହ୍ନରେ ମାଲକାନଗିରି ବସଷ୍ଟାଣ୍ଡ ଠାରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସ୍ବତନ୍ତ୍ର ସୁସଜ୍ଜିତ ଏକ ଜିପରେ ବସାଇ ବାଜାବଜାଇ ଶୋଭାଯାତ୍ରାରେ ତାଙ୍କ ଗାଁକୁ ଗ୍ରାମବାସୀମାନେ ପାଛୋଟି ନେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande