ଟାଟା ପାୱାରର ଖାଉଟି ଲୁଣ୍ଠନ ଓ ରାଜ୍ୟ ସରକାରଙ୍କ କମ୍ପାନୀ ତୋଷଣ ନୀତି ବିରୋଧରେ ଆନ୍ଦୋଳନର ଆହ୍ଵାନ
କୋରେଇ, ୨୮ ଡିସେମ୍ବର (ହି.ସ.)- ଖାଉଟି ଲୁଣ୍ଠନ ଓ ଟାଟା ପାୱାରର ଲାଭ ଉପାର୍ଜନକୁ ସୁନିଶ୍ଚିତ କରିବା ପାଇଁ ଉପଭୋକ୍ତାଙ୍କ ଘରେ ସରକାର ନିଜ ଖର୍ଚ୍ଚରେ ସ୍ମାର୍ଟ ମିଟର ବସାଇ ପ୍ରଥମ ଦଫାରେ ରାଜକୋଷରୁ ୭୩୫ କୋଟି ଟଙ୍କା ଅପବ୍ୟୟ କରିବା ପାଇଁ ସିଦ୍ଧାନ୍ତ ଗ୍ରହଣ କରିଛନ୍ତି । ଅର୍ଥାତ୍ ଏହାପରେ ରାଜକୋଷରୁ
ଟାଟା ପାୱାରର ଖାଉଟି ଲୁଣ୍ଠନ ଓ ରାଜ୍ୟ ସରକାରଙ୍କ କମ୍ପାନୀ ତୋଷଣ ନୀତି ବିରୋଧରେ ଆନ୍ଦୋଳନର ଆହ୍ଵାନ


କୋରେଇ, ୨୮ ଡିସେମ୍ବର (ହି.ସ.)- ଖାଉଟି ଲୁଣ୍ଠନ ଓ ଟାଟା ପାୱାରର ଲାଭ ଉପାର୍ଜନକୁ ସୁନିଶ୍ଚିତ କରିବା ପାଇଁ ଉପଭୋକ୍ତାଙ୍କ ଘରେ ସରକାର ନିଜ ଖର୍ଚ୍ଚରେ ସ୍ମାର୍ଟ ମିଟର ବସାଇ ପ୍ରଥମ ଦଫାରେ ରାଜକୋଷରୁ ୭୩୫ କୋଟି ଟଙ୍କା ଅପବ୍ୟୟ କରିବା ପାଇଁ ସିଦ୍ଧାନ୍ତ ଗ୍ରହଣ କରିଛନ୍ତି । ଅର୍ଥାତ୍ ଏହାପରେ ରାଜକୋଷରୁ ଆହୁରି ଅଧିକ ବ୍ୟୟ କରାଯିବ । ଏଠାରେ ସ୍ମରଣ କରାଯାଇପାରେ ଯେ, ଏହା ପୂର୍ବରୁ ଦୁଇ କିଲୋୱାଟ ପର୍ଯ୍ୟନ୍ତ ଘରୋଇ ଉପଭୋକ୍ତାଙ୍କୁ ବିନା ଭଡ଼ାରେ ସ୍ମାର୍ଟ ମିଟର ଯୋଗାଇବାକୁ ଟାଟା ପାୱାରକୁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟ ସରକାରଙ୍କ ଏହି ନିଷ୍ପତି ଟାଟା ପାୱାର ଉପରେ ସ୍ମାର୍ଟ ମିଟର ବସାଇବା ବାବଦ ବ୍ୟୟ ଭାରକୁ ଲାଘବ କରି ତା’ର ଲାଭର ମାତ୍ରାକୁ ବୃଦ୍ଧି କରିବା ପାଇଁ ଉଦ୍ଦିଷ୍ଟ । ଆହୁରି ମଧ୍ୟ ବିଦ୍ୟୁତ ନିୟାମକ ଆୟୋଗ ଘୋଷଣା କରିଥିଲେ ଯେ, ଉପଭୋକ୍ତାମାନଙ୍କ ଘରେ ସ୍ମାର୍ଟମିଟର ବସାଇବା ପୂର୍ବରୁ ପ୍ରଥମେ ପରୀକ୍ଷାମୂଳକ ଭାବେ ସବୁ ପଂଚାୟତ ଅଫିସ ତଥା ଅନ୍ୟାନ୍ୟ ସରକାରୀ ଅଫିସରେ ପ୍ରଚଳିତ ମିଟର ସହ ସ୍ମାର୍ଟ ମିଟର ବସାଇ ଦୁଇଟି ମିଟରର ରିଡିଂକୁ ତୁଳନା କରାଯାଉ । ଏହି ପରୀକ୍ଷା କରାଯିବା ପାଇଁ ସରକାର ଏତେ ବିଚଳିତ ହୋଇ କାହିଁକି ନିଜ ବ୍ୟୟରେ ସ୍ମାର୍ଟମିଟର ବସାଇବା ପାଇଁ ଆଗେଇ ଆସିଲେ ତାହା ବିଦ୍ୟୁତ୍ ଉପଭୋକ୍ତାଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି । ଉତର ଓଡ଼ିଶା ବିଦ୍ୟୁତ୍ ଉପଭୋକ୍ତା ପରିଷଦ ରାଜ୍ୟ ବିଜେପି ସରକାରଙ୍କ ଏହି ଜନବିରୋଧୀ ନୀତିର ଦୃଢ଼ ବିରୋଧ କରୁଛି । ଏହା ସହିତ ବିଦ୍ୟୁତ୍ ଦେୟ ବୃଦ୍ଧି ପାଇଁ ଯେଉଁ କସରତ ଆରମ୍ଭ ହୋଇଛି, ତାହାର ମଧ୍ୟ ପ୍ରତିବାଦ ଜଣାଉଛି । ଯେତେବେଳେ ଖାଉଟିମାନଙ୍କୁ ଠକି ଟାଟା ପାୱାର ବିଦ୍ୟୁତ ନିୟାମକ ଆୟୋଗ ଦ୍ୱାରା ନିର୍ଦ୍ଧାରିତ ଦରଠାରୁ ଅଧିକ ହାରରେ ବିଦ୍ୟୁତ୍ ଦେୟ ସଂଗ୍ରହ କରିଛି ଓ ତାକୁ ସୁଧ ସହ ଫେରସ୍ତ କରିବାର ଆବଶ୍ୟକତା ରହିଛି, ସେତେବେଳେ ପୁଣି ବିଦ୍ୟୁତ୍ ଦର ବୃଦ୍ଧି ପାଇଁ କାହିଁକିି ପ୍ରକ୍ରିୟାର ସୂତ୍ରପାତ କରାଯାଇଛି? ସ୍ମାର୍ଟ ମିଟର ବସାଇବା ଓ ଉତର ଓଡ଼ିଶା ବିଦ୍ୟୁତ ଉପଭୋକ୍ତା ପରିଷଦ ଅଧ୍ୟକ୍ଷ ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ଆବାହକ ସନ୍ତୋଷ ଦାସଙ୍କ ସମେତ ଭାଗବତ ପ୍ରତିହାରୀ, ଗୌରାଂଗ ପାଣିଗ୍ରାହୀ, ଶିଶିର ହୁଇ, ନିର୍ମଳ ନାୟକ, ମୃତ୍ୟୁଞ୍ଜୟ ବେହେରା, ଦୈତାରୀ ଆପଟ, ପ୍ରହ୍ଲାଦ ପତି, ଅଗଣି ଜେନା, ଦିବ୍ୟସିଂହ ନାୟକ ଓ ପ୍ରଫୁଲ୍ଲ ନାୟକ ପ୍ରମୁଖ କର୍ମକର୍ତା ବୃନ୍ଦ ଏହି ନିଷ୍ପତି ଗ୍ରହଣ କରିଛନ୍ତି । ଟାଟା ପାୱାରର ଲୁଣ୍ଠନ ଓ ରାଜ୍ୟ ସରକାରଙ୍କ କମ୍ପାନୀ ତୋଷଣ ନୀତି ବିରୋଧରେ ସଂଗ୍ରାମକୁ ଶକ୍ତିଶାଳୀ କରିବା ପାଇଁ ବି ଗ୍ରାହକମାନଙ୍କୁ ଆହ୍ୱାନ ଦିଆଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande