ଗୋଳେଇପୁର ପଂଚାୟତ ମହୋତ୍ସବ ଉଦ୍ଘାଟିତ
କୋରେଇ, ୨୮ ଡିସେମ୍ବର (ହି.ସ.)- କୋରେଇ ବ୍ଲକ ଅନ୍ତର୍ଗତ ଗୋଳେଇପୁର ପଂଚାୟତ ମହୋତ୍ସବ ଉଦ୍ଘାଟିତ ହୋଇଛି । କଳା, ସଂସ୍କୃତି ଓ ପରମ୍ପରା ସମ୍ପୂର୍ଣ୍ଣ ଗୋଳେପୁର ଯୁବ ସାଥି ମାନଙ୍କ ନିଷ୍ଠା, ସଦିଚ୍ଛା ଯୋଗୁ ଏହି କାର୍ଯ୍ୟକ୍ରମ କରିବା ସମ୍ଭବ ହୋଇଛି । ୨୦୧୭ ମସିହାରୁ ଅଦ୍ୟାବଧି କ୍ରମାଗତ ଭାବେ ପଂଚାୟତ
ଗୋଳେଇପୁର ପଂଚାୟତ ମହୋତ୍ସବ ଉଦ୍ଘାଟିତ


କୋରେଇ, ୨୮ ଡିସେମ୍ବର (ହି.ସ.)- କୋରେଇ ବ୍ଲକ ଅନ୍ତର୍ଗତ ଗୋଳେଇପୁର ପଂଚାୟତ ମହୋତ୍ସବ ଉଦ୍ଘାଟିତ ହୋଇଛି । କଳା, ସଂସ୍କୃତି ଓ ପରମ୍ପରା ସମ୍ପୂର୍ଣ୍ଣ ଗୋଳେପୁର ଯୁବ ସାଥି ମାନଙ୍କ ନିଷ୍ଠା, ସଦିଚ୍ଛା ଯୋଗୁ ଏହି କାର୍ଯ୍ୟକ୍ରମ କରିବା ସମ୍ଭବ ହୋଇଛି । ୨୦୧୭ ମସିହାରୁ ଅଦ୍ୟାବଧି କ୍ରମାଗତ ଭାବେ ପଂଚାୟତ ବାସୀଙ୍କ ମନୋରଂଜନର ଖୋରାକ ଯୋଗାଇ ଆସିଛି ମହୋତ୍ସବ । ଏହି ମହୋତ୍ସବ ବଡ ଦିନରୁ ଆରମ୍ଭ ହୋଇ ବର୍ଷ ଶେଷ ଅର୍ଥାତ ୭ ଦିନ ବ୍ୟାପି ଚାଲିବ । ଏହାର ଉଦ୍ଘାଟନୀ ଉତ୍ସବରେ ପ୍ରାଧ୍ୟାପକ ଉମାକାନ୍ତ ଖଣ୍ଡାଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଅଶୋକ ଦାସ ଫାଉଣ୍ଡେସନର ମହା ସଚିବ ତଥା ପୂର୍ବତନ ଯାଜପୁର ପୌରାଧ୍ୟକ୍ଷ ଭବପ୍ରସାଦ ଦାସ, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ତଥା ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ସୁବାସ ଧଳ, ବିଶିଷ୍ଟ ଅତିଥିଭାବେ ଯାଜପୁର ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶିତିକଣ୍ଠ କାନୁନଗୋ, ସ୍ୱତନ୍ତ୍ର ଅତିଥିଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନଳିନୀ ପ୍ରଭା ଜେନା, ସମ୍ମାନୀତ ଅତିଥିଭାବେ ପାଣିକୋଇଲି ଥାନାଧିକାରୀ ରଂଜିତ ମହାନ୍ତି, କୋରେଇ ଥାନାଧିକାରୀ ରାକେଶ ତ୍ରୀପାଠୀ, ମିଜ୍ଜା ହବିବୁଲ୍ଲା ବେଗ ପ୍ରମୁଖ ଯୋଗଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଦେବବ୍ରତ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଯୁବ ସମାଜସେବୀ ଦେବବ୍ରତ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶେଷରେ ସଚିନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଆଇନଜିବୀ ଚନ୍ଦ୍ରକାନ୍ତ ଖଣ୍ଡାଇ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବେଳେ ସମାଧାନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ରାଜା ମଲ୍ଲିକଙ୍କ ନେତୃତ୍ୱରେ ନୃତ୍ୟ ଓ ସଂଗୀତ ପରିବେଷଣ କରାଯାଇଥିଲା । ବିଭିନ୍ନ ରଂଗ ବେରଙ୍ଗରର ଦୋଳି ଓ ଲାଗିଥିବା ଷ୍ଟଲ ମାନଙ୍କରେ ଭିଡ ଦେଖିବାକୁ ମିଳିଥିଲା । ମାଗୁଣି ମଳିକ, ଗୁଡୁ ଦାସ ଓ ମହୋତ୍ସବ କମିଟିର ସମସ୍ତ ସଦସ୍ୟ ମଂଚ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande