
ଭୁବନେଶ୍ୱର, 28 ଡିସେମ୍ବର (ହି.ସ.): ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ୧୪୦ ତମକଂଗ୍ରେସ ପ୍ରତିଷ୍ଠା ଦିବସକଂଗ୍ରେସଭବନ ଭୁବନେଶ୍ୱରଠାରେ ପାଳିତ ହୋଇଯାଇଛି ।ଏହି ଉପଲକ୍ଷେ ସକାଳେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତଚରଣ ଦାସ ଦଳୀୟ ପତାକାଉତ୍ତୋଳନ କରି ଉପସ୍ଥିତ କଂଗ୍ରେସ ନେତୃ ବୃନ୍ଦ ଓ କର୍ମୀମାନଙ୍କୁ ଉଦ୍ବୋଧନ ଦେଇ କହିଲେ ଯେ, ଭାରତୀୟ ଜାତୀୟ କଂଗ୍ରେସ ପ୍ରତିଷ୍ଠା ଓ ଦେଶକୁ ସ୍ୱାଧୀନ କରିବାରେ ଆମ ପୂର୍ବସୂରୀମାନଙ୍କ ଅସୀମ ତ୍ୟାଗ ଓ ସେବା ପାଇଁ ଆମେ ଆଜି ଗର୍ବ କରୁଛୁ । ବହୁ ପୂର୍ବତନ ପ୍ରଧାନମନ୍ତ୍ରୀମାନେ ମହାତ୍ମାଗାନ୍ଧୀଙ୍କ ଆଦର୍ଶ ଓ ନାମକୁ ଟେକ ରଖିଥିବା ବେଳେ ବର୍ତ୍ତମାନ ସମ୍ବିଧାନ ପ୍ରତିବିପଦ ସୃଷ୍ଟି ହୋଇଛି ଓ ମହାତ୍ମାଗାନ୍ଧୀଙ୍କ ନାମକୁ ପ୍ରତ୍ୟେକ ସ୍ଥାନରୁ ହଟେଇବା ପାଇଁ ଚକ୍ରାନ୍ତ ଚାଲିଛି ।କିନ୍ତୁ କଂଗ୍ରେସ ଦଳ ଏହାକୁ କଦାପି ବରଦାସ୍ତ କରିପାରିବ ନାହିଁ ଓ ରାହୁଲଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଦେଶବାସୀଙ୍କ ପାଇଁ ତା’ର କାର୍ଯ୍ୟ ଜାରି ରଖିବ ବୋଲି ଶ୍ରୀ ଦାସ କହିଥିଲେ ।ଏହି ଅବସରରେ ସମସ୍ତକଂଗ୍ରେସନେତୃବୃନ୍ଦ ଓ କର୍ମୀଏକଜୁଟହୋଇ ଦଳକୁ ସଶକ୍ତ କରିବା ପାଇଁସମସ୍ତଙ୍କର ସହଯୋଗ କାମନାକରିଥିଲେ ।
ଏହି କାର୍ଯ୍ୟକ୍ରମକୁ ପ୍ରଦେଶ କଂଗ୍ରେସ ସେବା ଦଳ ଅଧ୍ୟକ୍ଷ ଶ୍ରୀ ଶୁଭେନ୍ଦୁମହାନ୍ତି, ଜ୍ୟୋତିଷ କୁମାର ସାହୁ, ଏମ୍.ଡି. ସାହାଦୁଲ୍ଲା ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ବିଧାୟକ ନେତା ରାମଚନ୍ଦ୍ରକାଡାମ୍, କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଡ. ରାମଚନ୍ଦ୍ର ଖୁଣ୍ଟିଆ, ଶ୍ରୀକାନ୍ତ ଜେନା, ପଞ୍ଚାନନ କାନୁନ୍ଗୋ, ଜଗନ୍ନାଥ ପଟ୍ଟନାୟକ, ସୁରେଶକୁମାରରାଉତରାୟ, ଶିବାନନ୍ଦ ରାୟ, ସମୀରକୁମାରରାଉତରାୟ, ସଶ୍ମିତାବେହେରା, ପ୍ରକାଶଜେନା,ମିନାକ୍ଷୀବାହିନିପତି, ଲଲାଟେନ୍ଦୁମହାପାତ୍ର, ମନୋରଞ୍ଜନ ଦାସ, ସିଦ୍ଧାର୍ଥସ୍ୱରୂପ ଦାସ, ମାନସ ଆଚାର୍ଯ୍ୟ, ଅମୀୟ କୁମାର ପଟ୍ଟନାୟକ, ପ୍ରମୁଖ ଅଂଶ ଗ୍ରହଣକରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ