
ଭୁବନେଶ୍ୱର, 28 ଡିସେମ୍ବର (ହି.ସ.)- ପଦ୍ମ ବିଭୂଷଣ ସ୍ୱର୍ଗତ ରତନ ଟାଟାଙ୍କୁ ଶ୍ରଦ୍ଧାଂଜଳି
ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭାରତୀୟ ଶିଳ୍ପ ଜଗତର ଉଜ୍ଜ୍ୱଳ ନକ୍ଷତ୍ର, ବିଶିଷ୍ଟ ଶିଳ୍ପପତି
ତଥା ପଦ୍ମ ବିଭୂଷଣ ସ୍ୱର୍ଗତ ରତନ ଟାଟାଙ୍କ ଜୟନ୍ତୀ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜଣେ ଦୂରଦର୍ଶୀ ବ୍ୟକ୍ତିତ୍ୱ ଭାବରେ
ଭାରତର ଅର୍ଥନୈତିକ ବିକାଶ ଏବଂ ସମାଜ ସେବା କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ। 'ଆତ୍ମନିର୍ଭର ଭାରତ' ଗଠନ ଦିଗରେ ତାଙ୍କର
ନିଷ୍ଠା ଏବଂ ସ୍ୱଦେଶୀ ଶିଳ୍ପକୁ ପ୍ରୋତ୍ସାହନ ଦେବାର ଶୈଳୀ ପ୍ରତ୍ୟେକ ଭାରତୀୟଙ୍କ ପାଇଁ
ପ୍ରେରଣାର ଉତ୍ସ ହୋଇ ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା