
ଭୁବନେଶ୍ୱର, 28 ଡିସେମ୍ବର (ହି.ସ.)- ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ କୁଶାଭାଉ ଠାକରେ ଜୀଙ୍କ
ସ୍ମୃତିଚାରଣ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ
ପ୍ରଭାତି ପରିଡା କହିଛନ୍ତି ଯେ, ବିଜେପିର ପ୍ରତିଷ୍ଠାତା ସଦସ୍ୟ ତଥା ପୂର୍ବତନ ରାଷ୍ଟ୍ରୀୟ
ଅଧ୍ୟକ୍ଷ କୁଶାଭାଉ ଠାକରେ ଜୀଙ୍କ ପୁଣ୍ୟତିଥି ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଉଛି । ଆମ
ଦଳ ବିଜେପିର ପ୍ରତିଷ୍ଠା ସମୟରୁ ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଦଳର ସଂଗଠନ ମଜଭୁତ
କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା