
ଭୁବନେଶ୍ୱର, 28 ଡିସେମ୍ବର (ହି.ସ.)- ରତ୍ନଭଣ୍ଡାର ଗଣତିମଣତି ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ
ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଏସଓପିଫାଇନାଲ ଷ୍ଟେଜରେ ଅଛି। ଗତକାଲି ହାଇଲେଭଲ କମିଟିରେ ଏନେଇ ଆଲୋଚନା
ହେଇଛି। କମିଟି ଏକ ପୂର୍ଣ୍ଣାଙ୍ଗ ଏସଓପିସରକାର୍ ଙ୍କ ପାଖକୁ
ପଠାଇବେ। ଏସଓପିଆସିଲେ ସରକାର୍
ଏହାକୁ ଅନୁମତି ଦେବେ। ଏହା ପରେ ଗଣତିମଣତି ରାସ୍ତା ଖୋଲିବ। ସରକାର ସବୁ ଚେଷ୍ଟା କରୁଛନ୍ତି।
ଯାହା ଆବଶ୍ୟକତା ଅଛି ତାହା ଶେଷ କରି ଗଣତିମଣତି ଆରମ୍ଭ କରାଯିବ। ରଥଯାତ୍ରା ପୂର୍ବରୁ ଗଣତିମଣତି
ସାରିବାକୁ ହାଇଲେଭାଲ କମିଟି ମଧ୍ୟ ଏହା କାଲି କହିଛନ୍ତି। ନିତିକାନ୍ତିକୁ ବାଧା ବିଘ୍ନ ନ ଆସି
କିପରି ସବୁ କାର୍ଯ୍ୟ ହୋଇ ପାରିବ ସେନେଇ ସବୁ ଚେଷ୍ଟା କରାଯାଉଛି। ଦର୍ଶନ ଏବଂ ନିତୀକାନ୍ତିକୁ
ଧ୍ୟାନରେ ରଖି ଗଣତିମଣତି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା