୪୨ ତମ ଖ୍ୱାଜା ଗରିବ ନୱାଜ଼ଙ୍କ ବାର୍ଷିକ ସମାରୋହ, ଅତିଥି ଭାବେ ଉପ-ଜିଲ୍ଲାପାଳଙ୍କ ଯୋଗଦାନ
ଭଦ୍ରକ ୨୯ ଡିସେମ୍ବର (ହି.ସ.) - ଭଦ୍ରକ ପୁରୁଣା ବଜ଼ାର ଛକ ଠାରେ ଖ୍ୱାଜା ଗରିବ ନୱାଜ କମିଟି ଆନୁକୂଲ୍ୟରୁ ଦୁଇ ଦିନ ଧରି ୪୨ ତମ ବାର୍ଷିକ ଖ୍ୱାଜା ଗରିବ ନୱାଜ କନଫେରେନ୍ସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ପ୍ରଥମ ଦିନ ରାତ୍ରି ୮ ଘଟିକା ସମୟରେ ଲଙ୍ଗର (ଫାତେହା ) ହୋଇ ସର୍ବସାଧାରଣଙ୍କୁ ପ୍ରସ
42TH KHWAJA GARIB NAWAJ


ଭଦ୍ରକ ୨୯ ଡିସେମ୍ବର (ହି.ସ.) - ଭଦ୍ରକ ପୁରୁଣା ବଜ଼ାର ଛକ ଠାରେ ଖ୍ୱାଜା ଗରିବ ନୱାଜ କମିଟି ଆନୁକୂଲ୍ୟରୁ ଦୁଇ ଦିନ ଧରି ୪୨ ତମ ବାର୍ଷିକ ଖ୍ୱାଜା ଗରିବ ନୱାଜ କନଫେରେନ୍ସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ପ୍ରଥମ ଦିନ ରାତ୍ରି ୮ ଘଟିକା ସମୟରେ ଲଙ୍ଗର (ଫାତେହା ) ହୋଇ ସର୍ବସାଧାରଣଙ୍କୁ ପ୍ରସାଦ ବଂଟନ କରାଯାଇଥିଲା । ଦ୍ୱିତୀୟ ଦିନ ରାତ୍ରି ୯. ୩୦ ଘଟିକା ସମୟରେ ଏକ ଧର୍ମସଭାର ଆୟୋଜନ ହୋଇଥିଲା । ଏହି ଧର୍ମସଭାରେ ଜାମା ମସଜିଦର ଖତିବ ଓ ଏମାମ ମହମ୍ମଦ ସାଦିକ ହୋସେନ ଙ୍କ କୋରାନ ତିଲାୱତ ରୁ ଆରମ୍ଭ ହୋଇଥିଲା ଏବଂ ଧର୍ମସଭା ରେ ସଂଚାଳକ ଭାବେ ମାଷ୍ଟର ମୁସ୍ତାକ ଗୌହର ଦାୟିତ୍ୱ ତୁଲାଇଥିଲେ । ଏହି ଧର୍ମସଭାରେ ଝାଡ଼ଖଣ୍ଡ ରୁ (ପଣ୍ଡିତ) ମୌଲାନା ଇଫତେଖାର ଅହେମଦ ନୂରୀ , ଝାଡ଼ଖଣ୍ଡ ରୁ କବି ସାୱାନ ମଧୁପୁରୀ, ୟୁପିରୁ କବି ଅବଦୁଲ ଓକିଲ ମୋବାରାକପୁରୀ , ଟାଟାରୁ କବି ଖ୍ୱାଜା ଗୋଲାମ ସରୱର ଓ ଅଲାଲପୁର ମସଜିଦର ଈମାମ ମଧ୍ୟ ଯୋଗଦାନ କରି ଖ୍ୱାଜା ଗରିବ ନୱାଜଙ୍କ ନୀତିବାଣୀ ଉପରେ ଆଲୋକପାତ କରିଥିଲେ । ଏହି ଧର୍ମସଭାରେ ମୁଖ୍ୟ ଆକର୍ଷଣ ତଥା ମୁଖ୍ୟ ଅତିଥି ଭାବେ ଭଦ୍ରକ ଉପ-ଜିଲ୍ଲାପାଳ କାର୍ତିକ ନାଥ ମଣ୍ଡଳ ଯୋଗଦାନ କରି କମିଟି ତରଫରୁ ସମ୍ବର୍ଦ୍ଧିତ କରା ଯାଇଥିଲା । ଏହି ଧର୍ମସଭାରେ କମିଟିର ସଭାପତି ନସରୁ ଖାନ , ଉପ-ସଭାପତି ଶେଖ ଅନୱର, ସମ୍ପାଦକ କଲିମୁଦ୍ଦିନ ଖାନ , ମୀନହାଜ , ଇସାର ଅଲି , ଶେଖ ନୌଷାଦ, ଶେଖ ଫଖରୁଦ୍ଦିନ, ମୀର କାଲିଆ, ଗୋଲାମ ମୋହିଦ୍ଦିନ , ଏମାମୁଲ ଖାନ, ହକିଲ କାଦରୀ ଓ ସହେଜାଦା ଖାନ ପ୍ରମୁଖ ଉପସ୍ଥିତ ରହି ଧର୍ମସଭା ଦାୟିତ୍ୱ ତୁଳାଇଥିଲେ ଓ ଏହି ଧର୍ମସଭା ଅର୍ଦ୍ଧରାତ୍ରି ପର୍ଯ୍ୟନ୍ତ ଚାଲୁରହିଥିଲ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande