
ଭଦ୍ରକ ୨୯ ଡିସେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ କଲ୍ୟାଣୀ ପଂଚାୟତ ଖେଳ ପଡିଆ ଠାରେ ରେ ଅଲ ଓଡିଶା ଦୀପକ ମେମୋରାଲ କ୍ରିକେଟ ଟ୍ରୁନାମେଂଟ ପଂଚ ଦିବସୀୟ ର ଉଦଘାଟନ ହୋଇଯାଇଛି । ଏହି କ୍ରିକେଟ ମ୍ୟାଚ କୁ ପରିଚାଳନା କରୁଛନ୍ତି ଅମ୍ପାୟାର ବୃହସ୍ପତି ନାୟକ ଓ ବିପଦ ଜେନା.ଏଇ ପଂଚଦିବସୀୟ ଟ୍ରୁନାମେଂଟ ରେ ୮ ଟି କ୍ରିକେଟ ଟିମ ଅଂଶଗ୍ରହଣ କରିବେ ତା ୨୮/୧୨/୨୫ ରିଖରେ ୪ ଟି ଟିମ ଆସନ୍ତା କାଲି ତା ୨୯/୧୨/୨୫ ରେ ୪ ଟି ଟିମ ଖେଳିବେ. ପ୍ରତ୍ୟେକ ଦଳ ୧୨ ଅଭୋର ଲେଖାଏଁ ଖେଳିବେ। ଆଜି ସର୍ବେ ପ୍ରଥମେ ଯାଜପୁରର ଫାଇଟର ଏକାଦଶ କ୍ରିକେଟ ଦଳ ସହିତ ଭଦ୍ରକ ଜିଲ୍ଲା ବାରୋ ମା ମନ୍ତ୍ରବାସୁଳି ଏକାଦଶ କ୍ରିକେଟ ଦଳ ସହିତ ଖେଳ ଆରମ୍ଭ ହୋଇଛି। ପ୍ରଥମେ ମା ମନ୍ତ୍ରାବାସୁଳି ବାରୋ କ୍ରିକେଟ ଦଳ ଟଚ ଜିତି ବ୍ୟାଟିଙ୍ଗ କରିବାକୁ ମନୋନୀତ କରିଥିଲା ଦ୍ୱିତୀୟ ପାଳିରେ ଆଉ ଦୁଇ କ୍ରିକେଟ ଦଳ ଗଙ୍ଗଷ୍ଟାର ଏକାଦଶ ସହ ଗୁଡ଼ୁପୋଖରୀ ପ୍ରୋ ଫାଇଟର ଏକାଦଶ କ୍ରିକେଟ ଦଳ ସହିତ ଖେଳ ଆରମ୍ଭ ହୋଇଥିଲା। ତା ୨୯ /୧୨ /୨୫ ରେ ଦିବା ଦଶ ଘଟିକାରେ ବନସର ବାପୁଲା ଗେମ ଚେଞ୍ଜେର ସହିତ ଅର୍ଣ୍ଣପାଳ ମହାବୀର ୱାରିଆର ଓ ଦ୍ୱିତୀୟ ପାଳିରେ ଅସୁରାଳି ପ୍ରତାପ ଏକାଦଶ ଷ୍ଟାର ସହିତ ଲେଙ୍କା ସାହି ଲକ୍ଷେଶ୍ୱର କ୍ରିକେଟ ଦଳ ସହିତ ସମ୍ମୁଖୀନ ହେବ। ଏ ଚାରୋଟି ଦଳ ଭିତରୁ ଯେଉଁମାନେ ଜିତିବେ ସେଇ ମାନେ ୩୦/୧୨/୨୫ ରେ ସେମିଫାଇନାଲ ଖେଳିବେ ଏଇ ଦଳ ମାନଙ୍କ ଭିତରୁ ଯେଉଁ ମାନେ ଜିତିବେ ସେଇ ମାନେ ଆସନ୍ତା ନବବର୍ଷ ତା ୦୧ /୦୧ /୨୦୨୬ ରେ ଫାଇନାଲ ଖେଳିବେ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ