ଆଦ୍ୟାଶକ୍ତି ନାରୀ ସଂଗଠନର ବାର୍ଷିକ ଉତ୍ସବ ପାଳନ
ବଲାଙ୍ଗୀର, ୨୯ ଡିସେମ୍ବର(ହି.ସ.) – ଆଦ୍ୟାଶକ୍ତି ନାରୀ ସଂଗଠନର ପ୍ରତିଷ୍ଠା ଦିବସ ମାଳତୀ ଉଦ୍‌ଗାତାଙ୍କ ଅଧ୍ୟକ୍ଷତାରେ ଦୈନିକ ବଜାର ଶିଶୁ ବାଟିକା ରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ କଲେଜ ଛକ ଶିଶୁ ମନ୍ଦିରର ଗୁରୁମା ସନ୍ତୋଷିନୀ ସାହୁ ମୁଖ୍ୟ ଅତିଥି, ଲେଖିକା ଲିଲି ପଟେଲ ମୁଖ୍ୟବକ୍ତା ଓ ଉପଦେଷ
ଆଦ୍ୟାଶକ୍ତି ନାରୀ ସଂଗଠନର ବାର୍ଷିକ ଉତ୍ସବ ପାଳନ


ଆଦ୍ୟାଶକ୍ତି ନାରୀ ସଂଗଠନର ବାର୍ଷିକ ଉତ୍ସବ ପାଳନ


ଆଦ୍ୟାଶକ୍ତି ନାରୀ ସଂଗଠନର ବାର୍ଷିକ ଉତ୍ସବ ପାଳନ


ଆଦ୍ୟାଶକ୍ତି ନାରୀ ସଂଗଠନର ବାର୍ଷିକ ଉତ୍ସବ ପାଳନ


ବଲାଙ୍ଗୀର, ୨୯ ଡିସେମ୍ବର(ହି.ସ.) – ଆଦ୍ୟାଶକ୍ତି ନାରୀ ସଂଗଠନର ପ୍ରତିଷ୍ଠା ଦିବସ ମାଳତୀ ଉଦ୍‌ଗାତାଙ୍କ ଅଧ୍ୟକ୍ଷତାରେ ଦୈନିକ ବଜାର ଶିଶୁ ବାଟିକା ରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ କଲେଜ ଛକ ଶିଶୁ ମନ୍ଦିରର ଗୁରୁମା ସନ୍ତୋଷିନୀ ସାହୁ ମୁଖ୍ୟ ଅତିଥି, ଲେଖିକା ଲିଲି ପଟେଲ ମୁଖ୍ୟବକ୍ତା ଓ ଉପଦେଷ୍ଟା ମଦନ ମୋହନ ରଥ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନାରୀ ପରିବାରକୁ ଗଢେ ଓ ଦେଶ ଓ ବିଶ୍ୱକୁ ଯୋଗିବାରେ ତାର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ। ଆରମ୍ଭରେ ମିନତୀ ଗୁରୁ, ଆରତୀ ମିଶ୍ର, ନିରୁପମା ମିଶ୍ର, ଶୋଭିନୀ ମହାଲିଙ୍ଗ, ରାଜଶ୍ରୀ ତ୍ରିପାଠୀ, ରଶ୍ମି ପାତ୍ର ଓ କମୋଦିନୀ ପୃଷ୍ଠି ସ୍ୱାଗତ ସଂଗୀତ ଗାନ କରିଥିଲେ। ସଂପାଦକ କସ୍ତୁରୀ ରଥ ବାର୍ଷିକ ବିବରଣୀ ପାଠ କରିଥିଲେ। ଉକ୍ତ ସମାରୋହରେ “ଆଦ୍ୟାଶକ୍ତି ସମ୍ମାନ” ଶ୍ରୀମୟୀ ହେମଲତା ସାହୁଙ୍କୁ ପ୍ରଦାନ କରାଯାଇଥିଲା। ସେହିପରି ଆଦର୍ଶ ଗୃହିଣୀ ଭାବରେ ଅନୁସୟା ସ୍ମୃତି ସମ୍ମାନ ରାସେଶ୍ୱରୀ ମିଶ୍ର, ଲଳିତା ଖୁଆସ ସ୍ମୃତି ସମ୍ମାନ ଗୀତାଞ୍ଜଳି ଗୁରୁ ଓ ବିଦୟାରାଣୀ ପରିଚ୍ଛା ସ୍ମୃତି ସମ୍ମାନ ମିନତୀ ବକ୍ସି ଙ୍କୁ ପ୍ରଦାନ କରାଯାଇଥିଲା। ମଂଚ ପରିଚାଳନା କରିଥିଲେ ନିରୁପମା ପାଣିଗ୍ରାହୀ ଓ କବିତା ମିଶ୍ର ଏବଂ ସାଂସ୍କୃତିକ କାର୍ଯକ୍ରମ ପରିଚାଳନା କରିଥିଲେ ନିହାରିକା ମିଶ୍ର। ଶେଷରେ ଆଦ୍ୟାଶକ୍ତି ନାରୀ ସଂଗଠନର କର୍ମକର୍ତାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ଅନୁପ୍ରିୟା ମିଶ୍ର, ବିଣାପାଣୀ ଆଚାର୍ଯ୍ୟ, କୁସୁମ ଶତପଥି, ଚନ୍ଦନ ପାଂଚାଲ, ଦିପ୍ତୀମୟୀ ମିଶ୍ର, ସଂଯୁକ୍ତା ମିଶ୍ର, ସରୋଜା ମାଝି, ଡ. ସନ୍ଧ୍ୟାରାଣୀ ପଣ୍ଡା, ସୌଦାମିନୀ ମିଶ୍ର ଓ ପୂଜ୍ୟପୂଜା ସେବା ସଂଗଠନ ଏବଂ ଶିଶୁ ବିକାଶ କେନ୍ଦ୍ରର କର୍ମକର୍ତା ଗଣ। କୁଇଜ କାର୍ଯ୍ୟକ୍ରମକୁ ପରିଚାଳନା ରାଜଶ୍ରୀ ତ୍ରିପାଠୀ ଓ କୁମୁଦିନୀ ମିଶ୍ର ପରିଚାଳନା କରିଥିଲେ। ଶେଷରେ ଆରତୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande