ନେତା ମାନେ ମେଳି ହେବାରେ ବାଧା ନାହିଁ - ଗଣେଶ୍ୱର ବେହେରା
ଭୁବନେଶ୍ୱର, ୨୯ ଡିସେମ୍ବର (ହି.ସ)- ସବୁ ଦଳରେ ଝଡ ଅଛି । କେଉଁଠି ଆଖିକୁ ଦିଶୁଛି କେଉଁଠି ଦିଶୁନି । କେଉଁଠି ପ୍ରକାଶ ପାଉଛି କେଉଁଠି ଅପ୍ରକାଶ୍ୟ ଭାବରେ ଅଛି । ନେତା ମାନେ ମେଳି ହେବାରେ ବାଧା ନାହିଁ । କାହାକୁ ମନା କରିହେବ ନାହିଁ । ତାଙ୍କ ଅଧିକାରକୁ କଣ ଦଳ ଛଡାଇ ନେବ । ଦରକାର ପଡ଼ିଲେ ମୁଁ ସେମାନ
ନେତା ମାନେ ମେଳି ହେବାରେ ବାଧା ନାହିଁ - ଗଣେଶ୍ୱର ବେହେରା


ଭୁବନେଶ୍ୱର, ୨୯ ଡିସେମ୍ବର (ହି.ସ)- ସବୁ ଦଳରେ ଝଡ ଅଛି । କେଉଁଠି ଆଖିକୁ ଦିଶୁଛି କେଉଁଠି ଦିଶୁନି । କେଉଁଠି ପ୍ରକାଶ ପାଉଛି କେଉଁଠି ଅପ୍ରକାଶ୍ୟ ଭାବରେ ଅଛି । ନେତା ମାନେ ମେଳି ହେବାରେ ବାଧା ନାହିଁ । କାହାକୁ ମନା କରିହେବ ନାହିଁ । ତାଙ୍କ ଅଧିକାରକୁ କଣ ଦଳ ଛଡାଇ ନେବ । ଦରକାର ପଡ଼ିଲେ ମୁଁ ସେମାନଙ୍କ ସହ ଯୋଗଦେବି ବୋଲି ବରିଷ୍ଠ ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି।

ସେ ଆହୁରି କହିଛନ୍ତି ଦଳରେ କୌଣସି କମିଟି ଗଠନ ହେଲେ ପ୍ରତିକ୍ରିୟା ପ୍ରକାଶ ପାଏ। ଯେତେବେଳେ କିଛି ଆଶା ରଖନ୍ତି ସେହି ସମୟରେ ଦଳରେ ବହୁତ୍ ନେତା ଆସନ୍ତି । ଆମେ ଗତକାଲି ଯାହା ଥିଲୁ ଆଜି ଅଛୁ। ନିୟନ୍ତ୍ରଣ ବାହାରକୁ ନେତା ଯାଇ ନାହାନ୍ତି । ଶୃଙ୍ଖଳା କମିଟି ଅଛି ବିଶୃଙ୍ଖଳା ଆଚରଣ ଉପରେ ନଜର ରଖିଛୁ। ଦଳର ଆନୁଗତ୍ୟ ଉପରେ ଆମେ ସଂକଳ୍ପ । କଳ୍ପନା ବିଳାସ ସବୁ ହେଉଛି । ଦଳ ଗୋଟିଏ ନେତା ନବୀନ ପଟ୍ଟନାୟକ। ସୁଜାତା ଯଦି ଆସିବେ ଦଳ ବିଚାର କରିବ । ଅବାଞ୍ଛିତ ଲୋକଙ୍କୁ ଗ୍ରହଣ କରିବ ନାହିଁ । ସାମର୍ଥ୍ୟ ଓ ଅନୁଭବ ଥିବା ଲୋକ ଆସିବାକୁ ଚାହିଁଲେ ଦଳ ବାଛିବେ। ବାହାଘର ହୋଇନି ପୁଅ ନାମକରଣ କଥା କହୁଛନ୍ତି । ପୁଅ ନାହିଁ ବାପ ପେଟରେ ବାପା ଖଡ଼ି ଗଡାଉଛି ବନମାଳୀ ହାଟରେ କଥାଟି ସେୟା।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande