
କେନ୍ଦ୍ରାପଡା, ୨୯ ଡିସେମ୍ବର (ହି.ସ.)- ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ପୂର୍ଵ ସମ୍ଭାଗ ସମ୍ମିଳନୀ ପ୍ରାଚୀ ପ୍ରବୋଧ କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥି ଭାବେ ପଣ୍ଡିତ ହୃଷିକେଶ ରଥ, ସାଧାରଣ ସମ୍ପାଦକ ଡ. ସନ୍ତୋଷ କୁମାର ମହାପାତ୍ର, ସଂଗଠନ ସମ୍ପାଦକ ପ୍ରଫେସର ଚିତ୍ତରଞ୍ଜନ ନାୟକ, ପୂର୍ବ ସମ୍ଭାଗ ଅଧ୍ୟକ୍ଷ ଡ. ରାମଚନ୍ଦ୍ର ପଲlଇ, ଉପ ସଭାପତି ପ୍ରଳୟ କୁମାର ନନ୍ଦ, ବିଚାର ଧାରା ଅଧ୍ୟକ୍ଷ ଜଗତ କିଶୋର ଦାସ, କେନ୍ଦ୍ରାପଡ଼ା ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ନନ୍ଦ କିଶୋର ପରିଡ଼ା, କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଅଧିକାରୀ ଲଷ୍ମୀ ନାରାୟଣ ଦାଶ, ପୂର୍ବ ସମ୍ଭାଗ ବିଚାର ଧାରା ଅଧ୍ୟକ୍ଷ ପ୍ରମୋଦ କୁମାର ଦାସ , କାଳୀ ପ୍ରସନ୍ନ ଶତପଥୀ ଓ ଖୋର୍ଦ୍ଧା, ପୂରୀ,କଟକ, ଯାଜପୁର ଏବଂ ଜଗତସିଂହପୁର ଜିଲ୍ଲାରୁ ସମ୍ପାଦକ, ସଭାପତି ଓ ସଦସ୍ୟ ସଦସ୍ୟlମାନେ ଯୋଗ ଦେଇଥିଲେ l ସାମନ୍ତରାଳ ବୈଠକରେ ବିଚାରଧାରା, ସାହିତ୍ୟlଲୋକ, କଳା ପ୍ରତିଷ୍ଠାନ, ମୋ ଗାଁ, ସମ୍ପର୍କ ସେତୁ, ଯୁବ ସଂସଦ ଓ ପ୍ରବାସୀ ପ୍ରକୋଷ୍ଠ ସମ୍ପର୍କ ରେ ସଦସ୍ୟ ମାନେ ଆଲୋଚନା କରିଥିଲେ l ଲୋକ ସଂସଦର ଆଗାମୀ ସମ୍ମିଳନୀ ଜଗତସିଂହପୁର ଜିଲ୍ଳାରେ ଅନୁଷ୍ଠିତ ହେବାକୁ ସ୍ଥିର ହେଲା l ମଞ୍ଜୁଶ୍ରୀ ବରାଳ, ଅଜିତ ନlଟିଆ ସଂଯୋଜନା କରିଥିବା ବେଳେ ସମ୍ପାଦକ ଅଭୟ କୁମାର ସୂତାର ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା, ଛାତ୍ର ଛାତ୍ରୀ, କର୍ମଚାରୀ, ବିଭିନ୍ନ ଜିଲ୍ଳାରୁ ଆସିଥିବା ସଦସ୍ୟ ସଦସ୍ୟl ମାନଙ୍କୁ ସେମାନଙ୍କ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ l
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ