୨୦୦୯ ବ୍ୟାଚ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ
ଚମ୍ପୁଆ, 29 ଡିସେମ୍ବର (ହି.ସ.) ଚମ୍ପୁଆ ଉପଖଣ୍ଡ ଅନ୍ତର୍ଗତ ନାରଦପୁର ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟର ୨୦୦୯ ମସିହା ବ୍ୟାଚରେ ଅଧ୍ୟୟନ କରିଥିବା ପିଲାଙ୍କୁ ନେଇ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ପରିପେକ୍ଷୀରେ ସେହି ସମୟରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ଓ ଶିକ୍ଷକ କାର୍ଯ୍ୟକ
୨୦୦୯ ବ୍ୟାଚ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ


ଚମ୍ପୁଆ, 29 ଡିସେମ୍ବର (ହି.ସ.) ଚମ୍ପୁଆ ଉପଖଣ୍ଡ ଅନ୍ତର୍ଗତ ନାରଦପୁର ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟର ୨୦୦୯ ମସିହା ବ୍ୟାଚରେ ଅଧ୍ୟୟନ କରିଥିବା ପିଲାଙ୍କୁ ନେଇ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ପରିପେକ୍ଷୀରେ ସେହି ସମୟରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ଓ ଶିକ୍ଷକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ରଥମେ ଉକ୍ତ ଛାତ୍ର ଛାତ୍ରୀ ମାନେ ଅଧ୍ୟୟନ କରୁଥିବା ବିଦ୍ୟାଳୟକୁ ପହଞ୍ଚି ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ଅବସରରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ସମସ୍ତ ଛାତ୍ର ଛାତ୍ରୀ ନିଜ ଗୁରୁଙ୍କ ପାଇଁ ଏକ ପ୍ରାର୍ଥନା ଗାଇ ସଭା କାର୍ଯ୍ୟ ଆରମ୍ଭ କରିବାପରେ ସମସ୍ତ ଛାତ୍ର ଛାତ୍ରୀ ନିଜର ପରିଚୟ ପ୍ରଦାନ କରିବା ସହ ନିଜ କର୍ମମୟ ଜୀବନ ଉପରେ ପର୍ଯ୍ୟବେଶିତ କରି ଅତୀତ ର ପୁରୁଣା ସୃତି କୁ ମନେ ପକାଇଥିଲେ। ଶିକ୍ଷକ ମାନେ ନିଜର ଅଭିଭାଷଣରେ ସମୟକୁ ସଦୁପଯୋଗ କରିବା ସହିତ ସମସ୍ତେ ସତମାର୍ଗରେ ଚାଲି ଦେଶପାଇଁ କାମ କରିବା ନିମନ୍ତେ ପରାମର୍ଶ ଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande