ତୁମୁଡ଼ିବନ୍ଧ ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ, ସମୁଦାୟ ୭୦ଟି ଶୁଣାଣୀ
Kandhmal Collectors greavanvance
ତୁମୁଡ଼ିବନ୍ଧ ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ, ସମୁଦାୟ ୭୦ଟି ଶୁଣାଣୀ


କନ୍ଧମାଳ, ୨୯ ଡିସେମ୍ବର(ହି.ସ.) – କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ସଭାଗୃହ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟ।।ଳୟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦଭୂଷଣ, ଆରକ୍ଷୀ ଅଧୀକ୍ଷକ ଶ୍ରୀ ହରିଶ ବିଶି ଓ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଶମ୍ଭୁନାଥ ନନ୍ଦୀ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସନ୍ତୋଷ କୁମାର ପାଢୀ ଏବଂ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ଉପସ୍ଥିତିରେ ୭୦ ଗୋଟି ଅଭିଯୋଗ ଉପରେ ଶୁଣାଣି କରିଥିଲେ। ଏଥିରୁ ୨୦ଟିି ସାମୁହିକ ଅଭିଯୋଗ ଥିବାବେଳେ ୫୦ଟିି ବ୍ୟକ୍ତିଗତ ରହିଥିବା ଜଣ।।ପଡ଼ିଛି। ତୁମୁଡି଼ବନ୍ଧ ବ୍ଲକର ୧୧ଗୋଟି ପଂଚାୟତର ଜନସାଧାରଣ ନିଜ ତଥା ଗ୍ରାମର ସମସ୍ୟା ଗୁଡ଼ିକ ଜିଲ୍ଲାପାଳଙ୍କୁ ଜଣାଇ ଥିଲେ। ସେଥିମଧ୍ୟରୁ ଅଧିକାଂଶ ପାନୀୟ ଜଳ, ରାସ୍ତା ଘାଟ, ରାଶନ କାର୍ଡ଼, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ବିଦ୍ୟୁତ ଓ ଭତା ପାଇଁ ଅଭିଯୋଗ ହୋଇଥିଲା। ସେହି ଅଭିଯୋଗଗୁଡ଼ିକ ବିଭାଗୀୟ ଅଧିକାରୀମାନଙ୍କୁ ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ମାଝି ଉପସ୍ଥିତ ଥିଲେ। ଜିଲ୍ଲାର ସ୍ତରୀୟ ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande