ଦ୍ୱିତୀୟ ବ୍ୟାଡମିଂଟନ ଟୁର୍ଣ୍ଣାମେଂଟ ଖୁଜେନପାଲି
ବଲାଙ୍ଗୀର, ୨୯ ଡିସେମ୍ବର(ହି.ସ.) – ଖୁଜେନପାଲିରେ ଦ୍ୱିତୀୟ ବ୍ୟାଡମିଂଟନ ଟୁର୍ଣ୍ଣାମେଂଟ ଆୟୋଜନ ହୋଇଯାଇଛି। ଏହି ବ୍ୟାଡମିଂଟନ ଟୁର୍ଣ୍ଣାମେଂଟ ୨୭ ତାରିଖ ଉଦ୍‌ଘାଟନ ହୋଇଥିଲା ଓ ୨୮ ତାରିଖ ରବିବାର ଦିନ ଉଦ୍‌ଯାପିତ ହୋଇଥିଲା। ଏହି ବ୍ୟାଡମିଂଟନ ଟୁର୍ଣ୍ଣାମେଂଟରେ ବଲାଙ୍ଗୀର ଜିଲ୍ଲାର ସର୍ବମୋଟ ୪୦ଟି ଦଳ
ଦ୍ୱିତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଖୁଜେନପାଲି


ବଲାଙ୍ଗୀର, ୨୯ ଡିସେମ୍ବର(ହି.ସ.) – ଖୁଜେନପାଲିରେ ଦ୍ୱିତୀୟ ବ୍ୟାଡମିଂଟନ ଟୁର୍ଣ୍ଣାମେଂଟ ଆୟୋଜନ ହୋଇଯାଇଛି। ଏହି ବ୍ୟାଡମିଂଟନ ଟୁର୍ଣ୍ଣାମେଂଟ ୨୭ ତାରିଖ ଉଦ୍‌ଘାଟନ ହୋଇଥିଲା ଓ ୨୮ ତାରିଖ ରବିବାର ଦିନ ଉଦ୍‌ଯାପିତ ହୋଇଥିଲା। ଏହି ବ୍ୟାଡମିଂଟନ ଟୁର୍ଣ୍ଣାମେଂଟରେ ବଲାଙ୍ଗୀର ଜିଲ୍ଲାର ସର୍ବମୋଟ ୪୦ଟି ଦଳ ଅଂଶଗ୍ରହଣ କରିଥିଲେ। ଏହି ଉଦ୍‌ଘାଟନି ଉତ୍ସବରେ ଯୁଧିଷ୍ଟିର କୁମାର ସିଂହ ଓ ସ୍ଥାନୀୟ ସରପଂଚ ରଞ୍ଜିତା ପାଣିଗ୍ରାହୀଙ୍କ କରକମଳରେ ଉଦ୍‌ଯାପନ ହୋଇଥିଲା। ଉଦ୍‌ଯାପନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆଲୋକ କୁମାର ମଙ୍ଗରାଜ, ସମ୍ମାନିତ ଅତିଥି ଭାବେ ସଂଗ୍ରାମ ବହିଦାର ଓ ଅତିଥି ଭାବେ ଦେବଦାସ ଖଟେଇ ଯୋଗଦାନ କରି ପୁରସ୍କାର ବିତରଣ କଲେ। ଦୁଇଜଣ ଭେଟରାନ ଖେଳାଳି ଘନଶ୍ୟାମ ମିଶ୍ର ଓ ମନୋରଞ୍ଜନ ପଣ୍ଡାଙ୍କୁ ସମ୍ବର୍ଦ୍ଧନା ଦିଆଗଲା। ଏହି ଟୁର୍ଣ୍ଣାମେଂଟକୁ ପରିଚାଳନା କରିଥିଲେ ଅତିରିକ୍ତ ଖେଳ ଶିକ୍ଷକ ସୁନିଲ କୁମାର ବିଶ୍ୱାଲ ଓ ତାଙ୍କୁ ସହଯୋଗ କରିଥିଲେ ଖୁଜେନପାଲି ବ୍ୟାଡମିଂଟନ ଆସୋସିଏସନର ସମସ୍ତ କର୍ମକର୍ତା।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande