କୋଶଳ ଉଚ୍ଚ ବିଦ୍ୟାଳୟର ୧୧ ଦଶ ତମ ବାର୍ଷିକ ଉତ୍ସବ ପାଳିତ
ସୁବର୍ଣ୍ଣପୁର, ୨୯ ଡିସେମ୍ବର(ହି.ସ.) – ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ କୋଶଳ ଉଚ୍ଚ ବିଦ୍ୟାଳୟର ୧୧ଦଶ ତମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇ ଗତକାଲି ଉଦଯାପିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁରର ପ୍ରାକ୍ତନ ଜିଲ୍ଲାପାଳ ତଥା ଅବସରପ୍ରାପ୍ତ ସଚିବ ଓ
କୋଶଳ ଉଚ୍ଚ ବିଦ୍ୟାଳୟ ର ୧୧ ଦଶ ତମ ବାର୍ଷିକ ଉତ୍ସବ ପାଳିତ


କୋଶଳ ଉଚ୍ଚ ବିଦ୍ୟାଳୟ ର ୧୧ ଦଶ ତମ ବାର୍ଷିକ ଉତ୍ସବ ପାଳିତ


କୋଶଳ ଉଚ୍ଚ ବିଦ୍ୟାଳୟ ର ୧୧ ଦଶ ତମ ବାର୍ଷିକ ଉତ୍ସବ ପାଳିତ


ସୁବର୍ଣ୍ଣପୁର, ୨୯ ଡିସେମ୍ବର(ହି.ସ.) – ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ କୋଶଳ ଉଚ୍ଚ ବିଦ୍ୟାଳୟର ୧୧ଦଶ ତମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇ ଗତକାଲି ଉଦଯାପିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁରର ପ୍ରାକ୍ତନ ଜିଲ୍ଲାପାଳ ତଥା ଅବସରପ୍ରାପ୍ତ ସଚିବ ଓଡ଼ିଶା ବିଧାନସଭା ଦାଶରଥି ଶତପଥି ଯୋଗଦେଇ ମା ମାତୃଭୂମି ମାତୃଭାଷା ଓ ଗୁରୁଙ୍କୁ କେବେବି କୌଣସି ଛାତ୍ର ଛାତ୍ରୀ ଅଣଦେଖା ନକରିବାକୁ ପରାମର୍ଶ କରିଥିଲେ। ରାଜ୍ୟ ତଥା ରାଜ୍ୟ ବାହାରେ ଏ ସୁବର୍ଣ୍ଣପୁର ମାଟିର ପିଲା ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଦେଖାଇ ଏ ମାଟିର ଗୌରବ ଅର୍ଜନ କରନ୍ତି ଓ ଏ ମାଟି ପାଣି ପବନ କଳା ସଂସ୍କୃତି ଲୋକଙ୍କ ଆଚାର ବ୍ୟବହାରକୁ ମୁଁ କେବେ ଭୂଲି ପାରିବିନି ବୋଲି ଶ୍ରୀ ଶତପଥି କହିଥିଲେ। କୃତୀ ଛାତ୍ରଛାତ୍ରୀ ଗୁରୁଜୀ ଗୁରୁମା ଓ ସହର ଜିଲ୍ଲାର ବିଭିନ୍ନ ପ୍ରତିଭା ବିଶିଷ୍ଟ ବ୍ୟକ୍ତି ବିଶେଷମାନଙ୍କୁ ସମର୍ଦ୍ଧିତ କରିଥିଲେ। ସମ୍ମାନିତ ଅତିଥି ଭାବରେ ସୋନପୁର ଉପଜିଲ୍ଲାପାଳ ଡ଼. ସୌମ୍ୟରୂପା ରଥ, ଉପଦେଷ୍ଟା ଅଭିମନ୍ୟୁ କୁଶଳ, ବିଦ୍ୟାଳୟ ସଭାପତି ଶ୍ରୀବତ୍ସ ମଲ୍ଲିକ, ଉପ ସଭାପତି ପ୍ରଫୁଲ୍ଲ କୁମାର ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ।

ସେହିପରି ପୂର୍ବାହ୍ଣ ଅଧିବେଶନରେ ଜିଲ୍ଲା ପଂଚାୟତ ଅଧିକାରୀ ଅର୍ଜୁନ ମାଝୀ ମୁଖ୍ୟଅତିଥି ଓ ଶ୍ରୀମତୀ ସସ୍ମିତା ଭୂତିଆ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ। ବିଦ୍ୟାଳୟର ଶୁଭେଛୁ ସହଯୋଗୀ ସମେତ ଉପସ୍ଥିତ ସମସ୍ତ ସାମ୍ବାଦିକଙ୍କୁ ଉପଢୌକନ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ବିଭିନ୍ନ ବିଭାଗରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଓ ରାଜ୍ୟ ସ୍ତରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ସୁର ବିଚିତ୍ରା ଅନୁଷ୍ଠିତ ହୋଇଥିଲା ଯାହାକି ସମସ୍ତେ ବେଶ ମଜା ନେଇଥିଲେ। ବିଦ୍ୟାଳୟ ପାଇଁ ଉତ୍ସବରେ ଏକ ନିଆରା କାର୍ଯ୍ୟକ୍ରମ ବାଲୁକା ଶିଳ୍ପ ଥିଲା ଯାହାକି ଛାତ୍ରଛାତ୍ରୀ ଓ ଶିଳ୍ପୀ ଅଭିଷେକ ସିଂ ଦ୍ୱାରା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶାଳ ମୂର୍ତି ବାଲିରେ ନିର୍ମିତ କରାଯାଇଥିଲା। ବାର୍ଷିକ ଉତ୍ସବର ପ୍ରଥମ ଦିନ ବିଦ୍ୟାଳୟରେ ସ୍କାଉଟ କ୍ୟାମ୍ପରୀ ଅନୁଷ୍ଠିତ ହୋଇଥିଲା। ସୋନପୁର କୋଶଳ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏହି ଭାରତ ସ୍କାଉଟ ଗାଇଡ କ୍ୟାମ୍ପୋରିଂ ଓ ବାର୍ଷିକ ଉତ୍ସବ ମହା ସମାରୋହରେ ଉଦ୍ଘାଟିତ ହୋଇଥିଲା। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଏସପି ଶ୍ରୀ ନାରାୟଣ ନାଏକ ଓ ସମ୍ମାନିତ ଅତିଥି ଭାବେ ଏଡିଏମ୍ ଅଞ୍ଜଳିନା ପଧାନ, ସମାଜ ସେବୀ ଶ୍ରୀବତ୍ସ ମଲ୍ଲିକ ଯୋଗଦେଇ ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କୁ ଉତ୍ସାହିତ କରିଥିଲେ। ଛାତ୍ରଛାତ୍ରୀଙ୍କ ଦ୍ୱାରା ଉଭୟ ଦିବସରେ ଅତିଥିମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବାବେଳେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପରିବେଶ ସୁରକ୍ଷା ଉପରେ ସଚେତନତା ନାଟକ ପରିବେଷଣ କରା ଯାଇଥିଲା। ଯାହାକି ଉପସ୍ଥିତ ସମସ୍ତ ଛାତ୍ର ଛାତ୍ରୀ ଅଭିଭାବକ ବୁଦ୍ଧିଜୀବିଙ୍କ ମନଛୁଆଁ ଥିଲା। ସ୍କୁଲ ଅଧ୍ୟକ୍ଷ ସଞ୍ଜୟ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ ଓ ଛାତ୍ର ଛାତ୍ରୀ ସହଯୋଗ କରିଥିଲେ। ବିଦ୍ୟାଳୟର ଉପଦେଷ୍ଟା ମନୋରଞ୍ଜନ ତ୍ରୀପାଠୀ, ପିତାମ୍ବର ମହାପାତ୍ର, ଲଡ଼ୁକିଶୋର ମଲ୍ଲିକ ଉତ୍ସବର ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande