
ଜୟପୁର, ୨୯ ଡିସେମ୍ବର (ହି.ସ.) - ଓମସାର ଡାକରାରେ ଗତ ଦୁଇଦିନ ହେଲା ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଜିଲ୍ଲା ଚିକିତ୍ସାଳୟରେ ଡାକ୍ତରମାନେ ଶନ୍ତିପୂର୍ଣ୍ଣ ଭାବେ ଧର୍ମଘଟ କରିଛନ୍ତି। କାମ ବନ୍ଦ ଆନ୍ଦୋଳନ ଯୋଗୁଁ ଘଂଟାଏ ଓପିଡି ବନ୍ଦ ରହୁଛି। ଏହି ବନ୍ଦର ପ୍ରଭାବ କେବଳ ଓପିଡିରେ ହେଉଥିବା ବେଳେ କାଜୁଆଲଟିରେ ରୋଗୀ ସେବା ଜାରି ରହିଛି। ଯାହା ଫଳରେ ରୋଗୀ ସେବା ପ୍ରଭାବିତ ହେଉନାହିଁ ବୋଲି ଡାକ୍ତର ସବ୍ୟସାଚ୍ଚୀ ମହାପାତ୍ର ପ୍ରକାଶ କରିଛନ୍ତି। ଦାବି ପୁରଣ ପର୍ଯ୍ୟନ୍ତ ପ୍ରତିଦିନ ପୂର୍ବାହ୍ନ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ରୋଗୀ ସେବା ବନ୍ଦ ରହିବ ବୋଲି ଡାକ୍ତର ମେଲିନା ମିଶ୍ର ପ୍ରକାଶ କରିଛନ୍ତି। ଗତକାଲି ଠାରୁ ପୂର୍ବାହ୍ନରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ୍ତର। ପୁରୁଷ ଏବଂ ମହିଳା ଅଉଟଡୋର ବନ୍ଦ କରିଥିଲେ। ପୁଣି ୧୧ଟାରେ ରୋଗୀସେବା ସ୍ୱଭାବିକ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ପିକେପି