
ନୂଆପଡ଼ା,୨୯ ଡ଼ିସେମ୍ବର (ହି.ସ.)- ନୂଆପଡା ସ୍ଥିତ ଜିଲ୍ଲା କଂଗ୍ରେସ କମିଟି ତରଫରୁ ନୂଆପଡ଼ା ବିଦ୍ୟୁତ ବିଭାଗ କାର୍ଯ୍ୟାଳୟକୁ ଆଜି ଘେରାଓ କରାଯାଇଛି। ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ୱାନ କ୍ରମେ ଆଜି ନୂଆପଡାଠାରେ ନୂଆପଡା ଜିଲ୍ଲା କଂଗ୍ରେସ କମିଟି ତରଫରୁ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଘେରାଓ କରାଯାଇଥିଲା। ଟାଟା ପାୱାରର ମନମୁଖୀ କାର୍ଯ୍ୟ, ସ୍ମାର୍ଟ ମିଟର ଉଛେଦ, ଅତିରିକ୍ତ ଶୁଳ୍କ ବିଲ ଛାଡ଼ ଓ ଜୋର ଜବରଦସ୍ତି ବିଦ୍ୟୁତ ଉପୋଭୋକ୍ତାଙ୍କ ଠାରୁ ବିଲ ଆଦାୟକୁ ବିରୋଧ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଘାସିରାମ ମାଝୀ, କମଳ ଚରଣ ତାଣ୍ଡିଙ୍କ ସମେତ ଶତାଧିକ କଂଗ୍ରେସ୍ କାର୍ଯ୍ୟକର୍ତା ସାମିଲ ହୋଇଥିଲେ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ