ଗୋନାସିକା ମହୋତ୍ସବରେ କବିତା ପାଠୋତ୍ସବ
କେନ୍ଦୁଝର, ୨୯ ଡିସେମ୍ବର (ହି.ସ.)- ସୋମବାର ପୂର୍ବାହ୍ନରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ମିଳନୀ ସାହିତ୍ୟ ସଂସଦ ପକ୍ଷରୁ ଗୋନାସିକା ମହୋତ୍ସବରେ କବିତା ପାଠୋତ୍ସବ ମିଳନୀର ସଭାପତି କବି ଦେବାଶିଷ ଚକ୍ରବର୍ତ୍ତୀ ଙ୍କ ସଭାପତିତ୍ବରେ କବିତା ପାଠୋତ୍ସବ ନଗରଭବନରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ପଣ୍
ଗୋନାସିକା ମହୋତ୍ସବରେ କବିତା ପାଠୋତ୍ସବ


କେନ୍ଦୁଝର, ୨୯ ଡିସେମ୍ବର (ହି.ସ.)- ସୋମବାର ପୂର୍ବାହ୍ନରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ମିଳନୀ ସାହିତ୍ୟ ସଂସଦ ପକ୍ଷରୁ ଗୋନାସିକା ମହୋତ୍ସବରେ କବିତା ପାଠୋତ୍ସବ ମିଳନୀର ସଭାପତି କବି ଦେବାଶିଷ ଚକ୍ରବର୍ତ୍ତୀ ଙ୍କ ସଭାପତିତ୍ବରେ କବିତା ପାଠୋତ୍ସବ ନଗରଭବନରେ ଅନୁଷ୍ଠିତ ହୋଇଯାଇଛି।

ପ୍ରାରମ୍ଭରେ ପଣ୍ତିତ ରଙ୍ଗାଧର ବେହେରାଙ୍କ ବେଦମନ୍ତ୍ର ପାଠ ମଧ୍ୟରେ ଅତିଥିମାନେ କେନ୍ଦୁଝରର ରାଷ୍ଟ୍ରଦେବୀ ମାଆ ତାରିଣୀଙ୍କ ପ୍ରତିକୃତିରେ ମାଲ୍ୟାର୍ପଣ ଓ ଧୂପଦୀପ ପ୍ରଜ୍ବଳନ କରି ଉତ୍ସବର ଶୁଭାରମ୍ଭ କରିଥିଲେ। ସମ୍ପାଦକ କବି ଡକ୍ଟର୍ ଚିତ୍ତ ରଞ୍ଜନ ମିଶ୍ର ସଂପାଦକୀୟ ସୂଚନା ପ୍ରଦାନ କରିବା ଅବସରରେ ବାଣୀସାଧକଙ୍କୁ ସ୍ଵକୀୟତା ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ନାଏକ ପ୍ରଶାସନ ପକ୍ଷରୁ ସ୍ୱାଗତ ସମ୍ଭାଷଣ ଜଣାଇ ଥିଲେ। ଅଧ୍ୟାପକ କୈଳାସ ଚନ୍ଦ୍ର ସାହାଣୀ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଓଡିଆ ଭାଷାର ସୁରକ୍ଷାରେ କବି ସାହିତ୍ୟିକଙ୍କ ଭୂମିକାର ଭୂୟସୀ ପ୍ରଶଂସା କରିଥିଲେ। କବି ଦେବାଶିଷ ଚକ୍ରବର୍ତ୍ତୀ ତାଙ୍କର ସଭାପତୀୟ ଅଭିଭାଷଣରେ କେନ୍ଦୁଝରର ଗାରିମା ସମ୍ପର୍କରେ ସାର ଗର୍ଭକ ଆଲୋଚନା କରିବା ସହିତ ବାଣୀସାଧକଙ୍କୁ ମସୀ ସଂଗ୍ରାମ ଅନାହତ ରଖିବାକୁ ଆହ୍ୱାନ ଦେଇଥିଲେ।

କବୟିତ୍ରୀ ଇନ୍ଦୁମତୀ ପାତ୍ର ଓ ଶୋଭନା ଜେନାଙ୍କ ସଂଯୋଜନା ରେ ଚିନ୍ତାମଣି ମହାଳିକ, ପିନାକୀ ମିଶ୍ର, ଅକ୍ଷୟ କୁମାର ବାରିକ୍, ବିରଞ୍ଚି ସାମନ୍ତରାୟ,ମମତାରାଣୀ ଦାସ, ଗୀତାରାଣୀ ଦାଶ, ବିଜୟଲକ୍ଷ୍ମୀ ମହାନ୍ତି, ପୁଷ୍ପାଞ୍ଜଳି ଆଚାର୍ଯ୍ୟ, ମନରଞ୍ଜନ ମହାନ୍ତି, କୈଳାସ ଚନ୍ଦ୍ର ତନ୍ତୀ, ବେଣୁଧର ସାହୁ, ଜିତେନ୍ଦ୍ର ପରିଡ଼ା, ସୁଜିତ ମିଶ୍ର,ମନ୍ଦାକିନୀ କର, ଆର୍ଯ୍ୟବାଳା ମହାପାତ୍ର, ସନ୍ତୋଷିନୀ ଦାଶ (ଗିରି), ବୀଣାପାଣି ଜେନା,ଲିପିକା ଦାସ ପଟ୍ଟନାୟକ, ଡାକ୍ତର ଭାରତୀ ମହାପାତ୍ର,ନିରୁପମା ବେହେରା, ଜ୍ୟୋସ୍ନା ପାଢ଼ୀ,ଡକ୍ଟର୍ ବିପିନ୍ ବିହାରୀ ମହାପାତ୍ର,ଡମ୍ବରୁ ମହାନ୍ତ, ୠଷିନାଥ ମହାନ୍ତ, ରାମଚନ୍ଦ୍ର ସାହୁ, ଚିନ୍ମୟ ସାହୁ, ଦେବ ଦର୍ଶନ ଦାଶ, ଶାନ୍ତନୁ କୁମାର ମହାପାତ୍ର, କରୁଣାକର ବାରିକ୍, ଅଧିକାରୀ ବାରିକ୍, ଦେବାଶିଷ ମହାନ୍ତ, ଧ୍ରୁବାନନ୍ଦ ରାଉତ,ପ୍ରାଧ୍ୟାପକ ଜଗନ୍ନାଥ ଜେନା, ବୈକୁଣ୍ଠନାଥ ମହାନ୍ତ, ହରେକୃଷ୍ଣ ବେଜ, ଭାବଗ୍ରାହୀ ମହାନ୍ତ, ଚମ୍ପକେଶ୍ୱର ଜିତ୍, ପ୍ରତାପ କର୍ମକାର ପ୍ରମୁଖ ବହୁ କବି କବିତା ଆବୃତ୍ତି କରିଥିଲେ। ପରିଶେଷ ରେ ମିଳନୀ ର ଯୁଗ୍ମ ସମ୍ପାଦକ କବି ହରିହର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande