
ଜୟପୁର , 29 ଡିସେମ୍ବର (ହି.ସ.)
ପର୍ଯ୍ୟଟନ ଋତୁର ମଜା ନେଉଛନ୍ତି ପର୍ଯ୍ୟଟକ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା କୋରାପୁଟର ଗୁପ୍ତେଶ୍ୱର ପୀଠକୁ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ଼ ଜମୁଛି । ଏଠାରେ ଭକ୍ତିମୟ ପରିବେଶ ସାଙ୍ଗକୁ ପ୍ରକୃତି ରାଣୀର ଅପରୂପ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରୁଛନ୍ତି ପର୍ଯ୍ୟଟକ। ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠ ଗୁମ୍ପା ଭିତରେ ପୂଜା ପାଉଥିବା ଶବଲିଙ୍ଗ ଦର୍ଶନ କାରି ସୁନ୍ଦର ଅନୁଭୁତି ନେଉଛନ୍ତି ପର୍ଯ୍ୟଟକ । କିନ୍ତୁ ଏଠାରେ ମୌଳିକ ସୁବିଧା ନଥିବାରୁ ଅସନ୍ତୋଷ ପ୍ରକଶ କରିଛନ୍ତି ପର୍ଯ୍ୟଟକ l
ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ବୈପାରୀଗୁଡା ବ୍ଲକର ଗୁପ୍ତେଶ୍ୱର ପୀଠରେ ଦିନକୁ ଦିନ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ପ୍ରାକୃତିକ ସୈାନ୍ଦର୍ଯ୍ୟର ଗନ୍ତାଘର ଗୁପ୍ତେଶ୍ୱରକୁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଛୁଟି ଆସୁଛନ୍ତି l ଘଞ୍ଚ ଜଙ୍ଗଲ ସାଙ୍ଗକୁ ପାହାଡ଼ ପର୍ବତ ଅଞ୍ଚଳରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି । ଶାବରୀ ନଦୀ କୂଳରେ ପର୍ଯ୍ୟଟକ ମାନେ ବୁଲି ଫଟୋ ଉତ୍ତୋଳନ କରୁଥିବା ଦେଖାଦେଇଛି । ପ୍ରକୃତି ପ୍ରେମୀ ଏହି ସୋନ୍ଦର୍ଯ୍ୟକୁ ସାଉଁଟି ନେଉଛନ୍ତି । ଏଠାକାର ଅତି ମନଲୋଭା ଦୃଶ୍ୟକୁ ନିଜ ସାଙ୍ଗ ସାଥି କିମ୍ବା ପରିବାର ସଦସ୍ୟଙ୍କ ସହ ସେଲିଫି ନେବା ପାଇଁ କେହି ବି ଭୁଲୁ ନାହାନ୍ତି l ସେହିପରି ଗୁପ୍ତେଶ୍ୱର ପାହାଡ଼ ଶୀର୍ଷ ଦେଶରେ ଏକ ଗୁମ୍ଫା ମଧ୍ୟରେ ଗୁପ୍ତେଶ୍ୱର ଲିଙ୍ଗ ଅବସ୍ଥିତ l ଗୁମ୍ଫା ଭିତରେ ଦଶ ଫୁଟ ଗୋଲେଇ ଏବଂ ୩ ଫୁଟ ଉଚ୍ଚତାର ଲିଙ୍ଗ ରହିଛି l ଗୁମ୍ପା ଭିତରେ ପୂଜା ପାଉଥିବା ଶବଲିଙ୍ଗ ଦର୍ଶନ ପାଇଁ ସଦ୍ଧାଳୁ ମାନେ ଲମ୍ବା ଲାଇନରେ ଯାଇ ଠାକୁରଙ୍କ ଆଶିଷ ଗ୍ରହଣ କରୁଛନ୍ତି ଏବଂ ସୁନ୍ଦର ଅନୁଭୁତି ନେଉଛନ୍ତି । କିନ୍ତୁ ପ୍ରାପ୍ତ ବୟସ୍କଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କଲେ ଭଲ ହେବ ଆଉ ଶୌଚାଳୟ, ପାର୍କିଂ, ମେଡିକାଲ ସୁବିଧା ହେଲେ ଆହୁରି ଅଧିକ ଗହଳି ହେବ ବୋଲି ପର୍ଯ୍ୟଟକ କହିଛନ୍ତି l ଗୁପ୍ତେଶ୍ଵର ଗୁମ୍ଫାକୁ ଘେରି ରହିଥିବା ଜଙ୍ଗଲକୁ ରାଜ୍ୟ ସରକାର 'ଜୈବ ବିବିଧତା ଐତିହ୍ୟ କେନ୍ଦ୍ର' ଭାବେ ମାନ୍ୟତା ପ୍ରଦାନ କରିଛନ୍ତି l 350 ହେକ୍ଟର ପରିବ୍ୟାପ୍ତ ଏହି ଜଙ୍ଗଲର ସୁରକ୍ଷା ସହ ପର୍ଯ୍ୟଟଙ୍କ ସୁବିଧା ପାଇଁ ପ୍ରଶାସନ ବିଭିନ୍ନ ବ୍ୟବସ୍ଥା କରାଯାଉଛି l ତତ୍କାଳୀନ ସରକାର ପୀଠର ସୌନ୍ଦର୍ଯ୍ୟ କାରଣ ପାଇଁ କୁଡ଼ିଏ କୋଟି ଟଙ୍କା ଅନୁଦାନ ଦେଇଛନ୍ତି l ପୀଠର ସୌନ୍ଦର୍ଯ୍ୟ କରଣ ଉନ୍ନତି ଚାଲିଛି କିନ୍ତୁ ଆଜି ବି ପୀଠରେ ଆବଶ୍ୟକ ଗୋଷ୍ଟି ଶୌଚାଳୟ, ବସଷ୍ଟାଣ୍ଡ, ଆଶ୍ରୟସ୍ଥଳୀ, ପାନୀୟ ଜଳ, ଓ ମେଡିକାଲ ଭଳି ଜରୁରୀ ବ୍ୟବସ୍ଥା ନାହିଁ ଯାହାକୁ ନେଇ ପର୍ଯ୍ୟଟକ ମାନେ ପ୍ରମୁଖ ଅସନ୍ତୋଷ ପ୍ରକାଶ କରିଛନ୍ତି l
---------------
ହିନ୍ଦୁସ୍ଥାନ ସମାଚାର / ପିକେପି