୧୭ତମ ଆଦିବାସୀ ଯୁବ ଭାବ ବିନିମୟ କାର୍ଯ୍ୟକ୍ରମ ପାଇଁ କନ୍ଧମାଳ ଦଳର ବିଶାଖାପାଟନା ଯାତ୍ରା
Adivasi yuva baba binimaya program
୧୭ତମ ଆଦିବାସୀ ଯୁବ ଭାବ ବିନିମୟ କାର୍ଯ୍ୟକ୍ରମ ପାଇଁ କନ୍ଧମାଳ ଦଳର ବିଶାଖାପାଟନା ଯାତ୍ରା


କନ୍ଧମାଳ, ୨୯ ଡିସେମ୍ବର (ହି.ସ.)- କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଭାରତ ସରକାର ଶାଖା ମାଇଁ ଭାରତ ଫୁଲବାଣୀ ଓ ୧୧୬ ବିଏସଏଫ ଫୁଲବାଣୀର ମିଳିତ ଆନୁକୂଲ୍ୟରେ ୧୭ତମ ଆଦିବାସୀ ଯୁବ ଭାବ ବିନିମୟ କାର୍ଯ୍ୟକ୍ରମ ପାଇଁ କନ୍ଧମାଳ ଦଳ ବିଶାଖାପାଟନା ଯାତ୍ରା କରିଛି l ଏହି ଅବସରରେ ସାମ୍ବାଦିକ ଭବନ ସଭାଗୃହ ଫୁଲବାଣୀ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥି ଭାବରେ ୧୧୬ ବିଏସଏଫ ଫୁଲବାଣୀର ଡେପୁଟି କମାଣ୍ଡର ଅମନ୍ ଭଗତ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଅବସପ୍ରାପ୍ତ ଶିକ୍ଷା ବିଭାଗର ଏ ଏସ୍ ଆଇ ନବ କିଶୋର ରଥ, ଅବସପ୍ରାପ୍ତ ଶିକ୍ଷକ ବଂଶୀଧର ପଣ୍ଡା, ଅବସପ୍ରାପ୍ତ ଅଧ୍ୟକ୍ଷ ଡଃ. ପୂର୍ଣେନ୍ଦୁ ତ୍ରିପାଠୀ, ୧୧୬ ବିଏସଏଫ ର ସୁବେଦାର୍ ମେଜର ରଞ୍ଜନ କୁମାର ଶୁକ୍ଳା, ଦେବବ୍ରତ ପାଣ୍ଡେ ଏବଂ ମାଇଁ ଭାରତ ଫୁଲବାଣୀର ସହକର୍ମୀ ତାପସ କୁମାର ସାହୁ, ସତ୍ୟବାନ୍ ଦଳବେହେରା ପ୍ରମୁଖ ଯୋଗ ଦେଇଥିଲେ l

ଏହି କାର୍ଯ୍ୟକ୍ରମ ପାଇଁ ଫିରିଙ୍ଗିଆ ବ୍ଲକର ୨୦ ଜଣ ଭାଇ ଓ ଭଉଣୀ ମାନେ ଯାତ୍ରା କରୁଥିଲେ l ଏସକର୍ଟ ଭାଵରେ ୧୧୬ ବିଏସଏଫ ଏ ମ.ଏମ. ଭୋଇ, ଅନିତା ବଗର୍ତ୍ତୀ ସାଥିରେ ଯାତ୍ରା କରୁଛନ୍ତି l ଏହି କାର୍ଯ୍ୟକ୍ରମଟି ବିଶାଖାପାଟଣା ଠାରେ ଅନୁଷ୍ଠିତ ହେଉଅଛି ଏବଂ ଏଥିରେ ଓଡିଶା, ଛତିଶଗ଼ଡ, ଝାଡ଼ଖଣ୍ଡ, ମହାରାଷ୍ଟ୍ର , ହରିୟାଣାର ଆଦିବାସୀ ଭାଇ ଓ ଭଉଣୀମାନେ ଅଂଶଗ୍ରହଣ କରୁଛନ୍ତି l ମୁଖ୍ୟ ଅତିଥି ଅନୁଷ୍ଠିତ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଭାଇ ଓ ଭଉଣୀ ମାନଙ୍କୁ ଅବଗତ କରିଥିଲେ l

ବୈଠକରେ ମାଇଁ ଭାରତ ଫୁଲବାଣୀର ସହକର୍ମୀ ସତ୍ୟବାନ ଦଳବେହେରା ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଓ ଉପସ୍ଥିତ ଭାଇ ଓ ଭଉଣୀ ମାନଙ୍କୁ ସ୍ୱାଗତ କରିଥିବା ବେଳେ ମିନି କହଁର ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande