କବି ମଦନ ମୋହନ ରଥ ରାଜ୍ୟସ୍ତରୀୟ ସାରସ୍ୱତ ସମ୍ମାନରେ ସଂବର୍ଦ୍ଧିତ
ବଲାଙ୍ଗୀର, ୨୯ ଡିସେମ୍ବର(ହି.ସ.) – ରାଉରକେଲାର ରିମ୍‌ସ କଲେଜର ସଭା କକ୍ଷରେ ଓଡିଶା ସାହିତ୍ୟ ଏକାଡେମୀ ଓ ସଂସ୍କୃତି ବିଭାଗ ଓଡିଶା ସରକାର ଏବଂ ସୁନାଫୁଲ ସାହିତ୍ୟ ସଂସଦର ମିଳିତ ଉଦ୍ୟମରେ ଏକ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ଓ ସଂବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଉକ୍ତ ସମାରୋହରେ ସଭାପତି ମହେନ
କବି ମଦନ ମୋହନ ରଥ ରାଜ୍ୟସ୍ତରୀୟ ସାରସ୍ୱତ ସମ୍ମାନରେ ସଂବର୍ଦ୍ଧିତ


କବି ମଦନ ମୋହନ ରଥ ରାଜ୍ୟସ୍ତରୀୟ ସାରସ୍ୱତ ସମ୍ମାନରେ ସଂବର୍ଦ୍ଧିତ


ବଲାଙ୍ଗୀର, ୨୯ ଡିସେମ୍ବର(ହି.ସ.) – ରାଉରକେଲାର ରିମ୍‌ସ କଲେଜର ସଭା କକ୍ଷରେ ଓଡିଶା ସାହିତ୍ୟ ଏକାଡେମୀ ଓ ସଂସ୍କୃତି ବିଭାଗ ଓଡିଶା ସରକାର ଏବଂ ସୁନାଫୁଲ ସାହିତ୍ୟ ସଂସଦର ମିଳିତ ଉଦ୍ୟମରେ ଏକ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ଓ ସଂବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଉକ୍ତ ସମାରୋହରେ ସଭାପତି ମହେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ରାଉରକେଲା ବିଧାୟକ ସାଦରଦା ପ୍ରଶନ୍ନ ନାୟକ ମୁଖ୍ୟ ଅତିଥି, ବିଶିଷ୍ଟ ସାହିତ୍ୟିକ ତ୍ରିଲୋଚନ ମଥାନ ମୁଖ୍ୟବକ୍ତା ଓ ଅକ୍ଷରର ସଂପାଦକ ହୃଷୀକେଶ ପୁରୋହିତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶିଶୁ ସାହିତ୍ୟିକମାନେ ଉପଯୁକ୍ତ ଶିଶୁ ସାହିତ୍ୟ ସୃଷ୍ଟି କରି ପାରିଲେ ଶିଶୁମାନଙ୍କର ବୌଦ୍ଧିକ ବିକାଶ ସହିତ ସମାଜର ଉନ୍ନତି ସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ। ଏହି ସମାରୋହରେ ଓଡିଶାର ସାତ ଜଣ ସାରସ୍ୱତ ସାଧକଙ୍କୁ ସମ୍ମାନିତ କରାଯାଇଥିଲା। ସେଥି ମଧ୍ୟରେ ବଲାଙ୍ଗିର ର ଶିଶୁ ବିକାଶ କେନ୍ଦ୍ରର ପ୍ରତିଷ୍ଠାତା ସଭାପତି, ମଠଖାଇ ଶିଶୁ ପତ୍ରିକାର ସଂପାଦକ ମଦନ ମୋହନ ରଥଙ୍କୁ ଶିଶୁ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ରାଜ୍ୟସ୍ତରୀୟ “ସୁନାଫୁଲ ନିର୍ମଳାଦର୍ଶ ଶିଶୁ ସାହିତ୍ୟ ସମ୍ମାନ”ରେ ସମ୍ମାନିତ କରାଯାଇଥିଲା। ଏହି ପାର୍ବଣରେ ଟିକି ଟିକି ସୁନାଫୁଲ ପତ୍ରିକାର ବିଶେଷ ସଂଖ୍ୟା ୨ ଉନ୍ମୋଚନ ହୋଇଥିଲା। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସଂପାଦକ ସୁନୀଲ କୁମାର ମହାନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande