ମାନବ ସେବା ହିଁ ମାଧବ ସେବା, ଚର୍ଚ୍ଚାରେ ଡାକ୍ତର ପଂଚାନନ ନାଏକ
ସମ୍ବଲପୁର, ୨୯ ଡିସେମ୍ବର(ହି.ସ.) – ମାନବ ସେବା ହିଁ ମାଧବ ସେବା, ଏହି ଉକ୍ତିକୁ ଅକ୍ଷରେ ଅକ୍ଷରେ ପାଳନ କରି ଚର୍ଚ୍ଚାରେ ଡାକ୍ତର ପଂଚାନନ ନାଏକ। ୨୦୨୦ ମସିହା ଜାନୁଆରୀ ମାସରେ ସରକାରୀ ଚାକିରୀରୁ ଅବସର ନେବା ପରେ କରୋନା ଯୋଦ୍ଧା ଦାୟୀତ୍ୱ ସମ୍ଭାଳି ଥିଲେ। ମହାମାରୀ କରୋନା ସଂକ୍ରମଣ ସମୟରେ ନିଜ ଜୀବନକ
ମାନବ ସେବା ହିଁ ମାଧବ ସେବା, ଚର୍ଚ୍ଚାରେ ଡାକ୍ତର ପଂଚାନନ ନାଏକ


ସମ୍ବଲପୁର, ୨୯ ଡିସେମ୍ବର(ହି.ସ.) – ମାନବ ସେବା ହିଁ ମାଧବ ସେବା, ଏହି ଉକ୍ତିକୁ ଅକ୍ଷରେ ଅକ୍ଷରେ ପାଳନ କରି ଚର୍ଚ୍ଚାରେ ଡାକ୍ତର ପଂଚାନନ ନାଏକ। ୨୦୨୦ ମସିହା ଜାନୁଆରୀ ମାସରେ ସରକାରୀ ଚାକିରୀରୁ ଅବସର ନେବା ପରେ କରୋନା ଯୋଦ୍ଧା ଦାୟୀତ୍ୱ ସମ୍ଭାଳି ଥିଲେ। ମହାମାରୀ କରୋନା ସଂକ୍ରମଣ ସମୟରେ ନିଜ ଜୀବନକୁ ଖାତିର ନକରି ସେବାବ୍ରତୀ ଭାବେ ଅବିରାମ ରୋଗୀଙ୍କୁ ସେବା କରିଥିଲେ। ଗାଁ ଗହଳି ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟା ଓ ସ୍ୱାସ୍ଥ୍ୟ ପ୍ରତି ସଚେତନତା ଅଭାବ ଦେଖିବା ପରେ ଏବେ ଚାକିରିରୁ ଅବସର ନେବାପରେ ଏବେ ଲୋକଙ୍କ ସେବା ପାଇଁ ନିଜ ଜୀବନକୁ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ କରିଛନ୍ତି। ଏଥିରେ ତାଙ୍କ ଧର୍ମପତ୍ନୀ ସଂଯୁକ୍ତା ନାୟକ ପ୍ରେରଣା ଯୋଗାଇ ଆସୁଛନ୍ତି। ଅନ୍ୟପଟେ ବ୍ୟବସାୟୀ ଚନ୍ଦ୍ରକୁମାର ଅଗ୍ରୱାଲ ଟ୍ରୁ ଜେନେରିକ ଔଷଧ ଦୋକାନରେ କମ୍ ଦାମରେ ଔଷଧ ଯୋଗାଇବା ତାଙ୍କୁ ଏ ଦିଗରେ ଅଧିକ ଉତ୍ସାହିତ କରିଥିଲା। ଏଭଳି ସ୍ଥଳେ ସେ ୧୫ ଅଗଷ୍ଟ ୨୦୨୨ମସିହା ଠାରୁ ଏଠାରେ ପ୍ରତ୍ୟେହ ମାଗଣା ରୋଗୀ ସେବା ଯୋଗାଇ ଆସୁଛନ୍ତି। ରବିବାର ବ୍ୟତୀତ ଅନ୍ୟଦିନ ଗୁଡ଼ିକରେ ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସଚେତନ ସହ ରୋଗୀ ସେବା କରିଥାନ୍ତି। ବର୍ତମାନ ପର୍ଯ୍ୟନ୍ତ ୧୬ ହଜାରରୁ ଉର୍ଦ୍ଧ୍ୱ ରୋଗୀଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଆସିଛନ୍ତି। ତେବେ ଟ୍ରୁ ଜେନେରିକ ଔଷଧ ଦୋକାନକୁ ୫ ବର୍ଷ ଓ ତାଙ୍କ ମାଗଣା ରୋଗୀ ସେବାକୁ ପ୍ରାୟ ୩ବର୍ଷ ପୂର୍ତି ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସମ୍ବଲପୁର ଔଷଧ ବ୍ୟବସାୟୀ ସଂଘ ପକ୍ଷରୁ ତାଙ୍କୁ ଫୁଲତୋଡ଼ା ତଥା ଉତରୀୟ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା। ଏଥିସହ ରୋଗୀ ଓ ସମ୍ପର୍କୀୟ, ଔଷଧ ବ୍ୟବସାୟୀ ସଂଘର କର୍ମକର୍ତା ଓ ଶୁଭେଚ୍ଛୁଙ୍କ ଗହଣରେ କେକ୍ କାଟି ଏହି ଦିବସକୁ ପାଳନ କରାଯାଇଥିଲା। ଏଥିରେ ଶିଳା ଶିବ ପ୍ରସାଦ, ପ୍ରଶାନ୍ତ ରଥ, ରଶ୍ମି ମିଶ୍ର, ବଂଟି ପଣ୍ଡା, ରାଜାରାମ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଯୋଗ୍ୟ, ବରଗଡ଼ ଜିଲ୍ଲା ଅତାବିରା ବ୍ଲକ କୁମେଲସିଙ୍ଗା ଗ୍ରାମର ପଂଚାନନ ନାଏକ ୧୯୮୪ ମସିହାରେ ନିଜର ଚାକିରି ଜୀବନ ଆରମ୍ଭ କରିଥିଲେ। ପ୍ରଥମେ ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ପ୍ରାଥମିକ ଚିକିତ୍ସାଳୟରେ ଯୋଗ ଦେଇଥିଲେ। ଏହାପରେ ମଙ୍ଗସପୁର, ପତରାପାଲି, ଢ଼ୁଡୁକା ଓ ହେମଗିରି ଏବଂ ବଲାଙ୍ଗୀର ଜିଲ୍ଲା ଗୁଡ଼ଦ୍ଭେଲା ଓ କିରିମିରାରେ ଚିକିତ୍ସାଳୟରେ ସର୍ଜରୀ ଡାକ୍ତର ଭାବେ କାର୍ଯ୍ୟ କରିଥିଲେ। ଶେଷରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରି ଅବସର ନେଇଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande