ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜିଲାପାଳଙ୍କୁ ଅଭିଯୋଗ ପତ୍ର
ଭଦ୍ରକ, ୨୯ ଡିସେମ୍ବର (ହି.ସ.) - ଭଦ୍ରକ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏକ ଅଭିଯୋଗ ପତ୍ର ଆଜି ଜିଲାପାଳ ଦିଲ୍ଲୀପ ରାଉତରାୟଙ୍କୁ ପ୍ରଦାନ କରାଯାଇଛି। ସଂଘ ପକ୍ଷରୁ ଦିଆଯାଇଥିବା ଅଭିଯୋଗ ପତ୍ରରେ ନିର୍ଦ୍ଧିଷ୍ଟ ଅଭିଯୋଗ ନେଇ ଜିଲାପାଳଙ୍କ ପାଖକୁ ଯାଉଥିବା ଲୋକମାନେ ନିର୍ଦ୍ଦେଶ ନେଇ ଫେରିବା ପରେ ମଧ୍ୟ
NABA NIRMAN KRUSHAK SANGATHAN


ଭଦ୍ରକ, ୨୯ ଡିସେମ୍ବର (ହି.ସ.) - ଭଦ୍ରକ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏକ ଅଭିଯୋଗ ପତ୍ର ଆଜି ଜିଲାପାଳ ଦିଲ୍ଲୀପ ରାଉତରାୟଙ୍କୁ ପ୍ରଦାନ କରାଯାଇଛି। ସଂଘ ପକ୍ଷରୁ ଦିଆଯାଇଥିବା ଅଭିଯୋଗ ପତ୍ରରେ ନିର୍ଦ୍ଧିଷ୍ଟ ଅଭିଯୋଗ ନେଇ ଜିଲାପାଳଙ୍କ ପାଖକୁ ଯାଉଥିବା ଲୋକମାନେ ନିର୍ଦ୍ଦେଶ ନେଇ ଫେରିବା ପରେ ମଧ୍ୟ ଜିଲାପାଳ ଦେଇଥିବା ନିର୍ଦ୍ଦେଶକୁ ଅଧିକାରୀମାନେ ପାଳନ କରୁନାହାଁନ୍ତି, ସରକାରୀ ନିୟମ ଅନୁସାରେ ଠିକ୍ ଧାନ ନେଇ ମଣ୍ଡିକୁ ଯାଉଥିବା ଚାଷୀମାନଙ୍କର ଧାନ ବିନା କଟଣୀରେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ନେବାପାଇଁ ଜିଲାପାଳ ନିର୍ଦ୍ଦେଶ ଦେବାକୁ ଅନୁରୋଧ, ଖରାଦିନିଆ ଚାଷ ପାଇଁ ହଦଗଡ ଡ୍ୟାମ୍ ପାଣି ଚାଷୀମାନଙ୍କୁ ଯୋଗାଇଦେବାର ବ୍ୟବସ୍ଥା, ଆଗ୍ରୋ ଇଣ୍ଡଷ୍ଟ୍ରି କୋର୍ପରେସନ ଚାଷୀମାନଙ୍କ ଠାରୁ କ୍ଲଷ୍ଟର ସାଲୋ ଟିୱେଲ୍ ପାଇଁ ପଇସା ନେଇ ୩ ବର୍ଷ ହେବ କରୁନଥିବା ତଥା ଚାଷୀମାନଙ୍କ ଅଭିଯୋଗ ମଧ୍ୟ ଶୁଣୁନଥିବା, ଚାଷୀମାନଙ୍କର ଚାଷ କାର୍ଯ୍ୟରୁ ମିଳୁଥିବା ଫସଲର ବିକ୍ରିବଟାରେ ସହଯୋଗ ପାଇଁ ତଥା ଅଧିକ ଲାଭ ପାଇବା ପାଇଁ ଜିଲାରେ ଏକ ବୃହତ ଶୀତଳ ଭଣ୍ଡାର ସରକାରୀ ଉଦ୍ୟମରେ ସ୍ଥାପନର ବ୍ୟବସ୍ଥା କରିବା ଭଳି ଅଭିଯୋଗ ଦର୍ଶାଯାଇଛି। ଉପରୋକ୍ତ ଅଭିଯୋଗ ଗୁଡିକର ତୁରନ୍ତ ସମାଧାନ ନେଇ ଭଦ୍ରକ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ସଂପାଦକ ତ୍ରିଲୋଚନ ପଣ୍ଡା, ଉପସଂଯୋଜକ ସତ୍ୟରଞ୍ଜନ ନାୟକ, ସଦର ବ୍ଲକ୍‌ର ସୀତାକାନ୍ତ ସାହୁ, ଭଣ୍ଡାରିପୋଖରୀ ସଂଯୋଜକ ବିବେକାନନ୍ଦ ଜେନା, ଧାମନଗର ସଂଯୋଜକ ପିତବାସ ମହାନ୍ତି, ଭଣ୍ଡାରିପୋଖରୀର ଦେବେନ୍ଦ୍ର ବାରିକ, ଚାନ୍ଦବାଲିର କୃଷ୍ଣଚନ୍ଦ୍ର ବିଶ୍ୱାଳ ପ୍ରମୁଖ ଜିଲାପାଳ ଶ୍ରୀ ରାଉତରାଏଙ୍କୁ ଭେଟିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande