ନକଲି ବିଦେଶି ମଦ କାରଖାନା ଉପରେ ଅବକାରି ଚଢଉ
ଜୟପୁର, ୨୯ ଡିସେମ୍ବର (ହି.ସ.)- କୋରାପୁଟ ଜିଲା କୋଟପାଡ ଥାନା ବଣ୍ଡାଗୁଡାର ଭଡାଘରେ ଚାଲୁଥିବା ନକଲି ବିଦେଶି ମଦ କାରଖାନା ଉପରେ ଚଢଉ କରିଛି ଜୟପୁର ଅବକାରି ବିଭାଗ । ୩ଟି ଟିମ ଗଠନ କରାଯାଇ ଚଢଉ କରାଯାଇଥିଲା । ଚଢଉ ସୂଚନା ପାଇ ମଦ ମାଫିଆ ମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି । ଚମ୍ପଟ ମାର
ନକଲି ବିଦେଶି ମଦ କାରାଖାନା ଉପରେ  ଅବକାରି ବିଭାଗର ଚଢାଉ


ଜୟପୁର, ୨୯ ଡିସେମ୍ବର (ହି.ସ.)- କୋରାପୁଟ ଜିଲା କୋଟପାଡ ଥାନା ବଣ୍ଡାଗୁଡାର ଭଡାଘରେ ଚାଲୁଥିବା ନକଲି ବିଦେଶି ମଦ କାରଖାନା ଉପରେ ଚଢଉ କରିଛି ଜୟପୁର ଅବକାରି ବିଭାଗ । ୩ଟି ଟିମ ଗଠନ କରାଯାଇ ଚଢଉ କରାଯାଇଥିଲା । ଚଢଉ ସୂଚନା ପାଇ ମଦ ମାଫିଆ ମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି । ଚମ୍ପଟ ମାରିଥିବା ଦୁଇ ଅଭିଯୁକ୍ତ ମାଲିକ ହେଲେ କୋଟପ।ଡ ଥାନା ମାଛମାଳ ଗ୍ରାର ଅମିତ ଗୁପ୍ତା ଓ ପଙ୍କଜ ଗୁପ୍ତା । ଏନେଇ ଆଜି ଜୟପୁର ଅବକାରି ନିରିକ୍ଷକ ଶଶିକାନ୍ତ ଦତ୍ତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, କୋରାପୁଟ ଜିଲା କୋଟପାଡ ଥାନା ବଣ୍ଡାଗୁଡା ଗ୍ରାମରେ ଭଡାଘରେ ନକଲି ବିଦେଶି ମଦ କାରଖାନା ଚାଲିଥିବା ଖବର ପାଇଥିଲା ଜୟପୁର ଅବକାରି ବିଭାଗ । ନକଲି ବିଦେଶି ମଦ ପ୍ରସ୍ତୁତ କାରଖାନା ଠାବ କରିଛି ଜୟପୁର ଅବକାରି ବିଭାଗ । ହେଲେ ପ୍ରସ୍ତୁତ କାରି ୨ ଅଭିଯୁକ୍ତ ଭାଇ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି । କାରଖାନାରୁ ନକଲି ମଦ ପ୍ରସ୍ତୁତ କରି ବଜାରରେ ବିକ୍ରି କରାଯାଉଛି । ଏହି କାରାଖାନାରୁ ପ୍ରସ୍ତୁତ ନକଲି ବିଦେଶି ମଦ ଓଡିଶା ଓ ଛତିଶଗଡରେ ବିକ୍ରୟ ହେଉଥିବା ଅବକାରି ବିଭାଗ ତରଫରୁ ସୂଚନା ଦିଆଯାଇଛି । ମଦ ପ୍ରସ୍ତୁତ କାରଖାନାରୁ ଜବତ ନକଲି ମଦର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ । କୋରାପୁଟ ଜିଲା କୋଟପାଡ ଥାନା ବଣ୍ଡାଗୁଡା ଗ୍ରାମରେ ଏହି କାରଖାନା ଚାଲିଥିଲା । କୋଟପାଡ ତହସିଲଦାର ଟ୍ୱିଙ୍କଲ ସେଠି ମାଜିଷ୍ଟେଟ ଦାୟିତ୍ୱରେ ଥିଲେ । ୩ଟି ଟିମ ଗଠନ କରାଯାଇଥିଲା । ଜୟପୁର ଅବକାରି ନିରିକ୍ଷକ ଶଶିକାନ୍ତ ଦତ୍ତଙ୍କ ନେତୃତ୍ଵରେ କୋଟପାଡ ଓ କୋରାପୁଟ ଅବକାରି ବିଭାଗ ଉପସ୍ଥିତ ଥିଲେ । ଫେରାର ଅଭିଯୁକ୍ତ ମାନେ ହେଲେ ମାଛମାଳ ଗ୍ରାର ଅମିତ ଗୁପ୍ତା ଓ ପଙ୍କଜ ଗୁପ୍ତା । କାରଖାନାରୁ ରୋୟାଲ ଷ୍ଟେଜ ସୁପରିୟର ହ୍ୱିସ୍କି, ରୋୟାଲ ଚ୍ୟାଲେଞ୍ଚ, ସିଲେକ୍ଟ ଗୋଲ୍ଡ ହ୍ୱିସ୍କି, ଷ୍ଟେରଲିଙ୍ଗ ରିଜର୍ଭ ବି/ ୭ ହ୍ୱିସ୍କି, ମେକ ଡୋବେଲ ୧ ଡିଲକ୍ସ ହ୍ୱିସ୍କି, ଗୋଆ ସୁପରିୟର ହ୍ୱିସ୍କି, ରୋୟଲ ଷ୍ଟେଜ ହ୍ୱିସ୍କି ଭଳି ବିଦେଶି ମଦ ନାମରେ ୧୭୦ ପେଟିରୁ ୮୪୨୦ ବୋତଲରେ ୧୫୪୫.୩୬ ଲିଟର ନକଲି ବିଦେଶି ମଦ ଜବତ କରିଛି । କମ୍ପାନି ଲେବଲ ଷ୍ଟିକର ୧୫୮୪୭, କର୍କ ୭୧୭୫ କାରାମେଲ ୬ କେଜି, ଏଚବି ସ୍ପରିଟ ୭ ଲିଟର, ବ୍ଲେଣ୍ଡଡ ସ୍ପିରିଟ ୧୨୦ ଲିଟରସ , ପାଣି କଣ୍ଟେନର ୪ଟି, ବୋକେଟ ୨୨ଟି, ଛୁରି ୭ଟି, ସିଲିଙ୍ଗ ମେସିଲ ୧ଟି, ଏସେନ୍ସ ୩ ବୋତେଲ ଜବତ କରିଛି l

ଏହି ଚଢ଼ଉ ଅରୁଣ କୁମାର ପାଢ଼ୀ ଅବକାରି ଅଧିକ୍ଷକ, କୋରାପୁଟଙ୍କ ନିର୍ଦ୍ଦେଶରେ ସଫଳତାର ସହ କରାଯାଇଥିଲା। ଏହି ଅଭିଯାନରେ କୋଟପାଡ, ଜୟପୁର ଓ କୋରାପୁଟ ଅବକାରି ବିଭାଗର ଟିମ୍ ସାମିଲ ଥିଲେ। ଚଢ଼ଉ ସମୟରେ ୧୭୦ ପେଟି ବିଦେଶୀ ମଦ, ମଦ ପ୍ରସ୍ତୁତିରେ ବ୍ୟବହୃତ ସରଞ୍ଜାମ, ଖାଲି ବୋତଲ ଓ ଷ୍ଟିକର ମଧ୍ୟ ଜବତ କରାଯାଇଛି। ଜବତ ସାମଗ୍ରୀର ମୋଟ ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଅଧିକ ହେବାର ଅନୁମାନ କରାଯାଉଛି। ଏହି ନକଲି ମଦ ପ୍ରସ୍ତୁତି ସହ ଜଡିତ ୨ ଭାଇ ଘଟଣାସ୍ଥଳରୁ ଫେରାର ଥିବା ଜଣାପଡ଼ିଛି, ଯାହାଙ୍କ ଖୋଜରେ ତଦନ୍ତ ଜାରି ରହିଛି। ଅବକାରି ବିଭାଗ ପକ୍ଷରୁ କୁହାଯାଇଛି ଯେ, ନକଲି ଓ ଅବୈଧ ମଦ ବ୍ୟବସାୟକୁ ସମୂଳେ ଦମନ କରିବା ପାଇଁ ଆଗାମୀ ଦିନରେ ମଧ୍ୟ ଏପରି କଠୋର ଓ ନିୟମିତ ଅଭିଯାନ ଜାରି ରହିବ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande