ଗଡପଦର ଗ୍ରାମରେ ଅଭିଯୋଗ ଶୁଣାଣି ଶିବିର
ଜୟପୁର, ୨୯ ଡିସେମ୍ବର (ହି.ସ.)- ଜୟପୁର ବ୍ଲକ ଅନ୍ତର୍ଗତ ଗଡପଦର ଠାରେ ପଞ୍ଚାୟତ ସ୍ତରିୟ ଅଭିଯୋଗ ଶୁଣାଣି ଶିବିର ଆଜି ଅନୁଷ୍ଠିତ ହୋଇଛି । ଏହି ଅଭିଯୋଗ ଶୁଣାଣିରେ ବ୍ଲକ ଉପାଧ୍ୟକ୍ଷ ଗଣେଷ ପାଢୀ, ବିଡିଓ ଶକ୍ତି ମହାପାତ୍ର, ସହକାରି ନିର୍ବାହୀ ଯନ୍ତ୍ରୀ ବିଜୟ ନନ୍ଦ ସହ ଅନ୍ୟ ଲାଇନ ର ବ୍ଲକ
ଗଡପଦର ଗ୍ରାମ ରେ ଅଭିଯୋଗ ଓ ଜନ ଶୁଣାଣି   ଶିବିର


ଜୟପୁର, ୨୯ ଡିସେମ୍ବର (ହି.ସ.)- ଜୟପୁର ବ୍ଲକ ଅନ୍ତର୍ଗତ ଗଡପଦର ଠାରେ ପଞ୍ଚାୟତ ସ୍ତରିୟ ଅଭିଯୋଗ ଶୁଣାଣି ଶିବିର ଆଜି ଅନୁଷ୍ଠିତ ହୋଇଛି । ଏହି ଅଭିଯୋଗ ଶୁଣାଣିରେ ବ୍ଲକ ଉପାଧ୍ୟକ୍ଷ ଗଣେଷ ପାଢୀ, ବିଡିଓ ଶକ୍ତି ମହାପାତ୍ର, ସହକାରି ନିର୍ବାହୀ ଯନ୍ତ୍ରୀ ବିଜୟ ନନ୍ଦ ସହ ଅନ୍ୟ ଲାଇନ ର ବ୍ଲକ ସ୍ତରିୟ ଅଧିକାରି ମାନେ ଉପସ୍ଥିତ ଥିଲେ । ଏଥିରେ ପଞ୍ଚାୟତର ବିଭିନ୍ନ ଗ୍ରାମର ଗ୍ରାମବାସୀ ଉପସ୍ଥିତ ଥିଲେ ।

ଗ୍ରାମବାସୀ ମାନେ ବିଭାଗର ଅଧିକାରି ମାନଙ୍କୁ ରାସ୍ତା ନିର୍ମାଣ, ପୋଖରି ପୁନଃଉଦ୍ଧାର ସହ ଗଦପଦରରେ ଥିବା ପିକନିକ ସ୍ପଷ୍ଟର ବିକାଶ ଉପରେ ଅଭିଯୋଗ କରିଥିଲେ । ଏହା ସହ ଉପସ୍ଥିତ ଅଧିକାରି ମାନେ ବିଭିନ୍ନ ସରକାରୀ ଯୋଜନାର ଲାଭ କିପରି ପାଇବେ ସେନେଇ ସଚେତନ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande