ଦୁଇ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ ଓ ହାଇୱା ପୋଡି ଘଟଣା : ୪ ଗିରଫ
ଧର୍ମଶାଳା, ୨୯ ଡିସେମ୍ବର (ହି.ସ.)- ଯାଜପୁର ଜିଲା ଧର୍ମଶାଳା ଥାନା ଭଡଙ୍ଗା ଠାରେ ଦୁଇ ଗୋଷ୍ଠି ମଧ୍ୟରେ ମାଡପିଟ ଓ ସ୍ପଲ ବୋଝେଇ ହାଇୱା ଗାଡି ପୋଡି ଘଟଣାରେ ପୁଲିସ ଚାରି ଜଣଙ୍କୁ ଗିରଫ କୋର୍ଟଚାଲାଣ କରିଛି । ସୂଚନା ମୁତାବକ, ଗତକାଲି ଅପରାହ୍ନରେ ଗାଁ ରାସ୍ତାରେ ସ୍ପଲ ବୋଝେଇ ହାଇୱାକୁ ଡ୍ରାଇଭର ରଖିଦେ
ଦୁଇ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ ଓ ହାଇୱା ପୋଡି ଘଟଣା : ୪ ଗିରଫ


ଧର୍ମଶାଳା, ୨୯ ଡିସେମ୍ବର (ହି.ସ.)- ଯାଜପୁର ଜିଲା ଧର୍ମଶାଳା ଥାନା ଭଡଙ୍ଗା ଠାରେ ଦୁଇ ଗୋଷ୍ଠି ମଧ୍ୟରେ ମାଡପିଟ ଓ ସ୍ପଲ ବୋଝେଇ ହାଇୱା ଗାଡି ପୋଡି ଘଟଣାରେ ପୁଲିସ ଚାରି ଜଣଙ୍କୁ ଗିରଫ କୋର୍ଟଚାଲାଣ କରିଛି । ସୂଚନା ମୁତାବକ, ଗତକାଲି ଅପରାହ୍ନରେ ଗାଁ ରାସ୍ତାରେ ସ୍ପଲ ବୋଝେଇ ହାଇୱାକୁ ଡ୍ରାଇଭର ରଖିଦେବାକୁ ନେଇ ସ୍ଥାନୀୟ କିଛିଲୋକ ବିରୋଧ କରିଥିଲେ । ଫଳରେ ଦୁଇ ଗୋଷ୍ଠି ମଧ୍ୟରେ ମାଡପିଟ ହେବା ସହ ଉତ୍ଯକ୍ତ ଲୋକେ ହାଇୱା ଗାଡିକୁ ପୋଡି ଦେଇଥିଲେ । ଏନେଇ ଉଭୟ ଗୋଷ୍ଠି ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ଧର୍ମଶାଳା ଥାନା ପୁଲିସ ୭୭୦/୨୫ଓ ୭୭୧/୨୫ରେ ଦୁଇ ଗୋଟି ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଉଭୟ ଗୋଷ୍ଠିରୁ ୪ ଜଣଙ୍କୁ ଗିରଫ କରିଥିଲା । ଗିରଫ ୪ ଅଭିଯୁକ୍ତମାନଙ୍କୁ ଚଣ୍ଡିଖୋଲ କୋର୍ଟକୁ ଚାଲାଣ କରାଯାଇଥିବା ନେଇ ଥାନା ଅଧିକାରୀ ରମାକାନ୍ତ ନାୟକ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande