ପ୍ରାଚିନ ପରମ୍ପରା ଓ ସଂସ୍କୃତିକୁ ରୁଦ୍ଧିମନ୍ତ କରିବାରେ ଖଡୁରା ମାନଙ୍କ ଭୂମିକା ଅନନ୍ୟ : ଜିଲ୍ଲା ସ୍ତରୀୟ ଖଡୁରା ସମ୍ମିଳନୀ
କେନ୍ଦ୍ରାପଡ଼ା, ୨୯ ଡିସେମ୍ବର (ହି.ସ.)- ଉତ୍କଳର ପ୍ରାଚିନ ସଂସ୍କୃତି, ପରମ୍ପରାକୁ ରୁଦ୍ଧିମନ୍ତ କରିବାରେ ଖଡୁରା ମାନଙ୍କର ଭୂମିକା ଅବର୍ଣ୍ଣନୀୟ | ଖଡୁ, ବାଙ୍କିଆ, ବଟଫଳ, କାଂସ୍ୟ, ପିତ୍ତଳରେ ନିର୍ମିତ ବିଭିନ୍ନ ପ୍ରାଚିନ କୀର୍ତ୍ତିରାଜିରେ ଖଡୁରା ମାନଙ୍କ କାରିଗରୀ କୌଶଳର ଉଜ୍ବଳତା ଦେଖିବାକୁ ମିଳେ
ଜିଲ୍ଲା ସ୍ତରୀୟ ଖଡୁରା ସମ୍ମିଳନୀ


କେନ୍ଦ୍ରାପଡ଼ା, ୨୯ ଡିସେମ୍ବର (ହି.ସ.)- ଉତ୍କଳର ପ୍ରାଚିନ ସଂସ୍କୃତି, ପରମ୍ପରାକୁ ରୁଦ୍ଧିମନ୍ତ କରିବାରେ ଖଡୁରା ମାନଙ୍କର ଭୂମିକା ଅବର୍ଣ୍ଣନୀୟ | ଖଡୁ, ବାଙ୍କିଆ, ବଟଫଳ, କାଂସ୍ୟ, ପିତ୍ତଳରେ ନିର୍ମିତ ବିଭିନ୍ନ ପ୍ରାଚିନ କୀର୍ତ୍ତିରାଜିରେ ଖଡୁରା ମାନଙ୍କ କାରିଗରୀ କୌଶଳର ଉଜ୍ବଳତା ଦେଖିବାକୁ ମିଳେ | ଖଡୁରା ମାନେ ଜାଭା, ସୁମିତ୍ରା ସହ ଦେଶ ବିଦେଶରେ ବ୍ୟବସାୟ, ବାଣିଜ୍ୟ ଜରିଆରେ ଉତ୍କଳର ରାଜକୋଷକୁ ସମୃଦ୍ଧ କରିଥିଲେ | ମାତ୍ର ଏବେ ଖଡୁରା ମାନେ ଅବହେଳିତ, ନିଜର କୌଳିକ ବୃତ୍ତି ବୁଡିବାକୁ ବସିଲାଣି | ଏଣୁ ସବୁ ଖଡୁରା ମାନେ ସଂଗଠିତ ହେବା ସହିତ ପ୍ରାଚିନ ପରମ୍ପରା ଓ କୁଳିତ ବୃତ୍ତିକୁ ଉଜ୍ଜୀବିତ କରିବାକୁ କେନ୍ଦ୍ରାପଡ଼ା ଜିଲ୍ଲା ସ୍ତରୀୟ ଖଡୁରା ସମ୍ମିଳନୀ ଓ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଵକ୍ତା ମାନେ ମତବ୍ୟକ୍ତ କରିଛନ୍ତି | ଡେରାବିଶ ବ୍ଲକ ଖସାପଡ଼ିଆ ବାଲିପାଟଣା ଗ୍ରାମର ଜଗନ୍ନାଥ ଉତ୍କଳ ଖଡୁରା ସମାଜ ପକ୍ଷରୁ ଘନଶ୍ୟାମ ସାହୁଙ୍କ ସଭାପତିତ୍ଵରେ କ୍ଷେତ୍ରପାଳୀ ମନ୍ଦିର ପରିସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଜଗନ୍ନାଥ ଉତ୍କଳ ଖଡୁରା ସମାଜର ସଭାପତି ପ୍ରସନ୍ନ କୁମାର ସାହୁ, ଅନ୍ୟତମ ଅତିଥିଭାବେ ରାଜ୍ୟ ସମ୍ପାଦକ ହାଡିବନ୍ଧୁ ସାହୁ, ଅବସରପ୍ରାପ୍ତ ସେନା ଅଧିକାରୀ ସନାତନ ସାହୁ, ରାଜ୍ୟ ଉପସଭାପତି ସୁଦର୍ଶନ ମହାରଣା, ରାଜ୍ୟ କୋଷାଧକ୍ଷ ନାରାୟଣ କମଲା, ଉପଦେଷ୍ଟା ବିଜୟ କୁମାର ବେହେରା, ରାଜୀବ ଲୋଚନ ବେହେରା, ଅଧ୍ୟାପକ ଶୀଧେଶ୍ଵର ସାହୁ, ଚନ୍ଦନ ମହାରଣା, ସାମ୍ବାଦିକ ଦେବ ପ୍ରସାଦ ସାହୁ, ଭାରତ ସାହୁ ପ୍ରମୁଖ ଯୋଗଦେଇ ଖଡୁରା ମାନଙ୍କ ବିକାଶ ସମେତ ସମାଜର ବିଭିନ୍ନ ଅବହେଳିତ ମାନଙ୍କ ପାଇଁ ରକ୍ତଦାନ, ଦୁରାରୋଗ୍ୟ ରୋଗର ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ଆଦି ପ୍ରଦାନ ଦିଗରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶତାଧିକ ଖଡୁରା ସମ୍ପ୍ରଦାୟ ର ଭାଇ ଭଉଣୀ ମାନେ ଯୋଗଦେଇଥିଲେ | କାର୍ଯ୍ୟକ୍ରମକୁ ରଞ୍ଜନ ପାତ୍ର, ଅଲେଖ ଚନ୍ଦ୍ର ସାହୁ ପ୍ରମୁଖଙ୍କ ସହ ଖସାପଡ଼ିଆ ଓ ବାଲିପାଟଣାର ଖଡୁରା ଭାଇ ଭଉଣୀ ମାନେ ପରିଚାଳନା କରିଥିଲେ | ଏହି କାର୍ଯ୍ୟକ୍ରମରେ ଖଡୁରା ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା |

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande