ଦେଢସୁର ମାଡରେ ଭାଇବୋହୁ ଗୁରୁତର, ପୋଲିସ୍ ନିରବ ଅଭିଯୋଗ
କେନ୍ଦ୍ରାପଡା, ୨୯ ଡିସେମ୍ବର (ହି.ସ.)- କେନ୍ଦ୍ରାପଡା ସଦରଥାନା ଅନ୍ତର୍ଗତଚାନ୍ଦୋଳ ଫାଣ୍ଡି ନରହରିପୁରଗ୍ରାମର ବନସ୍ମିତା ମଣ୍ଡଳ ସ୍ୱାମୀ ସରୋଜକାନ୍ତ ମଣ୍ଡଳଙ୍କର ଦେଢସୁର ତାଙ୍କୁ ମରଣାନ୍ତକ ଆକ୍ରମଣ କରି ଗୁରୁତର କରିଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରି ଅଭିଯୁକ୍ତକୁ ଗିରଫ କରିବା ପାଇଁ ଦାବି କର
ଦେଢସୁର ମାଡରେ ଭାଇବୋହୁ ଗୁରୁତର


କେନ୍ଦ୍ରାପଡା, ୨୯ ଡିସେମ୍ବର (ହି.ସ.)- କେନ୍ଦ୍ରାପଡା ସଦରଥାନା ଅନ୍ତର୍ଗତଚାନ୍ଦୋଳ ଫାଣ୍ଡି ନରହରିପୁରଗ୍ରାମର ବନସ୍ମିତା ମଣ୍ଡଳ ସ୍ୱାମୀ ସରୋଜକାନ୍ତ ମଣ୍ଡଳଙ୍କର ଦେଢସୁର ତାଙ୍କୁ ମରଣାନ୍ତକ ଆକ୍ରମଣ କରି ଗୁରୁତର କରିଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରି ଅଭିଯୁକ୍ତକୁ ଗିରଫ କରିବା ପାଇଁ ଦାବି କରିଛନ୍ତି ।

ଅଭିଯୋଗରୁ ପ୍ରକାଶ ଯେ ବନସ୍ମିତାଙ୍କ ସ୍ୱାମୀ ଜଗତପୁର ଠାରେ ରହି କାର୍ଯ୍ୟ କରନ୍ତି । ବନସ୍ମିତା ଘରେ ଏକାକି ରହୁଥିବାରୁ ତାଙ୍କ ଦେଢଶୁର ଅସତ୍ ମନୋଭାବ ରଖିତାଙ୍କୁହଇରାଣହରକତକରୁଥିବାଏବଂଉଦ୍ଦେଶ୍ୟ ପୂରଣ ନ ହେବାରୁତାଙ୍କୁ ନିସ୍ତୁକମାଡମାରିତାଙ୍କରମୁଣ୍ଡ ଆଖିସବୁଲହୁଲୁହାଣକରିଥିବା ଅଭିଯୋଗକରିଛନ୍ତି । ଅଭିଯୋଗକଲାପରେ ଥାନା ଅଧିକାରୀ ନାମକୁ ମାତ୍ର କେଶ୍ ପଞ୍ଜିକରଣ କରି ଅଭିଯୁକ୍ତକୁ ଗିରଫ ନ କରିବାରୁ ଅଭିଯୁକ୍ତ ପୁନର୍ବାର ତାଙ୍କୁ ମାଡ ମାରିବା ପାଇଁ ଧମକ ଦେଉଛନ୍ତି । ତୁରନ୍ତ ତାଙ୍କୁ ଗିରଫ କରିବା ପାଇଁ ବନସ୍ମିତା ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande