ଘନ କୁହୁଡି ଯୋଗୁ ପରିବହନ ବିଭାଗର ସଚେତନତା କାର୍ଯ୍ୟକ୍ରମ
କେନ୍ଦ୍ରାପଡା, ୨୯ ଡିସେମ୍ବର (ହି.ସ.)- କେନ୍ଦ୍ରାପଡା ଜିଲ୍ଲାପାଳରଘୁରାମ୍ ଆର୍‌.ଆଇ.ଆର୍‌ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପରିବହନ ବିଭାଗ ତରଫରୁ ଘନ କୁହୁଡି ଯୋଗୁ ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଏନେଇ ଗାଡିଚାଳକମାନଙ୍କୁ ଧୀରେ
ଘନ କୁହୁଡି ଯୋଗୁ ପରିବହନ ବିଭାଗର ସଚେତନତା କାର୍ଯ୍ୟକ୍ରମ


କେନ୍ଦ୍ରାପଡା, ୨୯ ଡିସେମ୍ବର (ହି.ସ.)- କେନ୍ଦ୍ରାପଡା ଜିଲ୍ଲାପାଳରଘୁରାମ୍ ଆର୍‌.ଆଇ.ଆର୍‌ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପରିବହନ ବିଭାଗ ତରଫରୁ ଘନ କୁହୁଡି ଯୋଗୁ ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଏନେଇ ଗାଡିଚାଳକମାନଙ୍କୁ ଧୀରେ ଗାଡିଚଲାଇବା ଏବଂ ସବୁବେଳେ ସମ୍ପୂର୍ଣ୍ଣ ଧ୍ୟାନ ଦେବାକୁ ଅନୁରୋଧ କରାଯାଇଛି । ଭଲ ଦୃଶ୍ୟମାନ୍ୟତା ପାଇଁ କମ୍ ବିମ୍ ହେଡ୍‌ଲାଇଟ୍‌କିମ୍ବା ଫଗ୍ ଲାଇଟ୍ ବ୍ୟବହାରକରନ୍ତୁ । ଆଗରେ ଥିବା ଗାଡିଠାରୁସୁରକ୍ଷିତ ଦୂରତାବଜାୟରଖନ୍ତୁ । ହଠାତ୍‌ ବ୍ରେକିଂ କିମ୍ବା ଓଭରଟେକିଂରୁ ଦୂରେଇ ରୁହନ୍ତୁ । ରାସ୍ତା ମଝିରେଗାଡିରଖନ୍ତୁ ନାହିଁ । ଆବଶ୍ୟକ ନଥିଲେଓଭରଟେକ୍‌କରନ୍ତୁ ନାହିଁ ଇତ୍ୟାଦି ସମ୍ପର୍କରେ ସଚେତନତା କରାଯାଇ ଜିଲ୍ଲାର ବିଭିନ୍ନ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡିକରେବ୍ୟାନର୍‌, ପୋଷ୍ଟର ଇତ୍ୟାଦି ଲଗାଯାଇଛି । ଏହି ନିୟମକୁ ମାନିବା ପାଇଁ ଆଂଚଳିକ ପରିବହନ ଅଧିକାରୀଲୋକନାଥ ମେହେର୍ ଅନୁରୋଧ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande