
ଧର୍ମଶାଳା, ୨୯ ଡିସେମ୍ବର(ହି.ସ.)- ଯାଜପୁର ଜିଲା ଧର୍ମଶାଳା ବାଣୀପୀଠର ୧୯୭୩-୭୫ ବ୍ୟାଚ ସିଟି ତାଲିମ କରିଥିବା ଛାତ୍ରମାନଙ୍କର ପଂଚଦଶ ତମ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ତ୍ରିନାଥ ମନ୍ଦିର ପ୍ରାଙ୍ଗଣରେ ପୁରାତନ ଛାତ୍ର ତଥା ଶିକ୍ଷାବିତ୍ ବିଶ୍ୱନାଥ ପଣ୍ଡାଙ୍କ ସଭାପତିତ୍ୱରେ ଚନ୍ଦ୍ରଶେଖର ପାତ୍ର କାର୍ଯ୍ୟକ୍ରମ ଉଦ୍ଦେଶ୍ୟ ସମ୍ପର୍କରେ ଭାଷଣ ମାଧ୍ୟମରେ ପୂର୍ବ ଅଭୂଲା ସ୍ମୃତିକୁ ଉପସ୍ଥାପନ କରିଥିଲେ । ସମ୍ପାଦକ ମହେଶ୍ୱର ବେହେରା ସମ୍ପାଦକୀୟ ବିବରଣୀପାଠ ସହ ହିସାବ ଫର୍ଦ୍ଦ ପ୍ରଦର୍ଶନ କରିଥିଲେ । ଆରମ୍ଭରେ ଦିବାଙ୍ଗତ ୨୯ଜଣ ଗୁରୁ ଛାତ୍ରଙ୍କ ଉଦ୍ଦେଶ୍ୟରେ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ବୈଠକରେ ବଟକୃଷ୍ଣ ପ୍ରଧାନ, କୃପାସିନ୍ଧୁ ସ୍ୱାଇଁ, ପ୍ରଫୁଲ୍ଲ ସାମଲ, ରାମଚନ୍ଦ୍ର ବେହେରା, ଶ୍ୟାମସୁନ୍ଦର ସାମଲ, ରବିନାରାୟଣ ମିଶ୍ର, ପ୍ରଦୀପ ଦାଶ, ଅଲେଖ ପୃଷ୍ଟି, ଅମର ସାହୁ, କେଶବ ବେହେରା, ଧ୍ରୃବ ସାହୁ, ଦେବ ମହାପାତ୍ର, କେଳୁ ଚରଣ ନାୟକ, ରାଧାକୃଷ୍ଣ ରାଉତ, କୈଳାଶ ନାୟକ, ପ୍ରମୋଦ ସାହୁ, ନାରାୟଣ ସ୍ୱାଇଁ, କୈଳାସ ଜେନା ଓ ଶରତ ଚନ୍ଦ୍ର ମହାରଣା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ସମ୍ପାଦକ ମହେଶ୍ୱର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ