
ଧର୍ମଶାଳା, ୨୯ ଡିସେମ୍ବର (ହି.ସ.)- ଯାଜପୁର ଜିଲା ଧର୍ମଶାଳା ଅଂଚଳର ଠିକାଦାର ସଙ୍ଘର ଏକ ସାଧାରଣ ବୈଠକ ଜାରକାସ୍ଥିତ ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିତେନ୍ଦ୍ର ରାଉତଙ୍କ ଆବାହକତ୍ୱରେ ଆୟୋଜିତ ବୈଠକରେ ଠିକାଦାରମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ବିଶେଷ କରି ଏବେ ସରକାରୀଙ୍କ ନିଷ୍ପତି ଅନୁଯାୟୀ ଆଗାମୀ ଦିନରେ ୧ କୋଟି ପର୍ଯ୍ୟନ୍ତ ଟେଣ୍ଡରରେ ଠିକାଦାରମାନେ ୪.୯୯ ଲେସରେ ଟେଣ୍ଡର ଭର୍ତି କରବାକୁ ନିଷ୍ପତି ନିଆଯାଇଥିଲା। ପୂର୍ବରୁ ଟେଣ୍ଡର ମୂଲ୍ୟରୁ ପାଖାପାଖି ୧୫ ପ୍ରତିଶତ ମୂଲ୍ୟରେ ଅନେକ ଟେଣ୍ଡର ଭର୍ତି କରିବା ଫଳରେ ସରକାର ଲାଭବାନ ହେଉଥିବା ବେଳେ ଠିକାଦାରମାନେ କ୍ଷତି ସହିଥାନ୍ତି । କାମ ଗୁଡିକ ୧୫ ପ୍ରତିଶତ ଲେସରେ ନେବା ଯୋଗୁଁ ଅନେକ ସ୍ଥାନରେ କାମ ନିମ୍ନମାନର ହୋଇଥାଏ । ଏଥିସହ ଆଗାମୀ ବୈଠକରେ ଧର୍ମଶାଳା ଠିକାଦାର ସଂଘର କର୍ମକର୍ତା ନିର୍ବାଚନ କରିବାକୁ ସ୍ଥିର କରାଯାଇଥିଲା । ଆଜିର ଏହି ବୈଠକରେ ଶରତ ଚନ୍ଦ୍ର ନାୟକ, କଳ୍ପତରୁ ସାହୁ, ଗୌତମ ସାହୁ,ଚିତରଞ୍ଜନ ଦାସ, ରବି ନାରାୟଣ ସାହୁ,ପ୍ରହା୍ଲଦ ସ୍ୱାଇଁ,କାବୁଲି ଜେନା, ଅନୁଜ ଜେନା, ମଦନମୋହନ ନାୟକ, ଅମୀୟ ରଞ୍ଜନ ସାହୁ, କାଳନ୍ଦି ସାହୁ, ସତ୍ୟବ୍ରତ ଜେନା, ପ୍ରଶାନ୍ତ ନାୟକ, ପ୍ରଦୀପ୍ତ ରାୟ ପ୍ରମୁଖ ଶତାଧିକ ଠିକାଦାର ଉପସ୍ଥିତ ରହିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ