

ଭୁବନେଶ୍ୱର, ୨୯ ଡିସେମ୍ବର (ହି.ସ.)- ଆଗାମୀ ୨ ଦିନ ଅର୍ଥାତ୍ ୩୧ ତାରିଖ ସକାଳ ସୁଦ୍ଧା ଘନ କୁହୁଡ଼ି ଓ ଶୀତ ଲହରି ନେଇ ଝାରସୁଗୁଡ଼ା ଓ ଅନୁଗୁଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ସେହିପରି ଘନ କୁହୁଡ଼ିରୁ ଅତି ଘନ କୁହୁଡ଼ି ନେଇ ୩୧ ତାରିଖ ସକାଳ ଠାରୁ ଜାନୁଆରୀ ୧ ତାରିଖ ସକାଳ ପର୍ଯ୍ୟନ୍ତ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହି ଜିଲ୍ଲା ଗୁଡିକ ହେଉଛି ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, କନ୍ଧମାଳ, କଳାହାଣ୍ଡି । ଏସବୁ ସ୍ଥାନରେ କୁହୁଡ଼ିର ଦୃଶ୍ୟମାନ ଦୂରତା ୦ ରୁ ୨୦୦ ମିଟର ମଧ୍ୟରେ ରହିପାରେ ।
ସେହିପରି ଘନ କୁହୁଡ଼ିରୁ ଅତି ଘନ କୁହୁଡ଼ି ନେଇ ୧ ତାରିଖ ସକାଳ ଠାରୁ ଜାନୁଆରୀ ୨ ତାରିଖ ସକାଳ ପର୍ଯ୍ୟନ୍ତ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହି ଜିଲ୍ଲା ଗୁଡିକ ହେଉଛି ସୁନ୍ଦରଗଡ଼, କନ୍ଧମାଳ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ । ଏସବୁ ସ୍ଥାନରେ କୁହୁଡ଼ିର ଦୃଶ୍ୟମାନ ଦୂରତା ୦ ରୁ ୨୦୦ ମିଟର ମଧ୍ୟରେ ରହିପାରେ ।
ଅନୁରୂପ ଭାବେ ଘନ କୁହୁଡ଼ିରୁ ଅତି ଘନ କୁହୁଡ଼ି ନେଇ ୨ ତାରିଖ ସକାଳ ଠାରୁ ଜାନୁଆରୀ ୩ ତାରିଖ ସକାଳ ପର୍ଯ୍ୟନ୍ତ ସୁନ୍ଦରଗଡ଼, ଜଗତସିଂହପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହାର ପରବର୍ତୀ ୨ ଦିନ ଅର୍ଥାତ୍ ୩ ତାରିଖ ସକାଳ ଠାରୁ ୫ ତାରିଖ ସକାଳ ପର୍ଯ୍ୟନ୍ତ କୌଣସି ଚେତାବନୀ ନାହିଁ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୋମବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ